Below header

ଲିଖିତ ଭାବେ ନିଃସର୍ତ୍ତ କ୍ଷମା ମାଗିଲେ ପାଣ୍ଡ୍ୟା ଓ ରାହୁଲ, ଏବେ ତଦନ୍ତ ହେବ

ମୁମ୍ବାଇ : ନିଃସର୍ତ୍ତ କ୍ଷମା ମାଗିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌ ରାହୁଲ । ଟିଭି ଚାଟ୍‌ ସୋ’ରେ ଅଶାଳୀନ କଥା କହିଥିବା ଦୁଇ କ୍ରିକେଟ୍‌ ଖେଳାଳି ଲିଖିତ ଭାବେ ବିସିସିଆଇକୁ ନିଜ କର୍ମ ପାଇଁ କ୍ଷମା ମାଗିଥିବା ସମ୍ପର୍କରେ ସିଓଏ ମୁଖ୍ୟ ବିନୋଦ ରାୟ ସୂଚନା ଦେଇଛନ୍ତି । ତେବେ ଭୁଲ ପାଇଁ ପାଶ୍ଚାତାପ କରିଥିବା ଏହି ଦୁଇ ପ୍ରତିଭାବାନ୍‌ ଖେଳାଳିଙ୍କ କ୍ୟାରିୟରକୁ ନଷ୍ଟ କରିବାକୁ ବିସିସିଆଇ ଚାହୁଁ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।
ଅନ୍ୟପକ୍ଷରେ ପାଣ୍ଡ୍ୟା ଓ ରାହୁଲ କ୍ଷମା ମାଗିଥିଲେ ମଧ୍ୟ ବିସିସିଆଇର ୧୦ଟି ଶାଖା ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି । ସେମାନେ ସ୍ପେସାଲ ଜେନେରାଲ ବଡି ବୈଠକ ଡାକି ଜଣେ ଅମ୍ବୁଡ୍‌ସମ୍ୟାନ୍‌ ଦ୍ୱାରା ନିରପେକ୍ଷ ତଦନ୍ତ କରିବାକୁ କହିଛନ୍ତି । ସେପଟେ ସିଓଏର ଅନ୍ୟତମ ସଦସ୍ୟ ଡାଏନା ଏଡୁଲଜି କହିଛନ୍ତି ଘଟଣାର ତଦନ୍ତ ସିଓଏ ଏବଂ ବିସିସିଆଇ କର୍ମକର୍ତ୍ତାଙ୍କ ଦ୍ୱାରା କରାଯିବା ଉଚିତ । ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି ।
ବିଶ୍ୱ କପ୍‌ ଆଉ ଅଳ୍ପ ଦିନ ବାକିଥିବା ବେଳେ ଖୁବ୍‌ ଶୀଘ୍ର ଘଟଣାର ତଦନ୍ତ ସାରି ଉଭୟ ଖେଳାଳିଙ୍କ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ଉଚିତ । ଆମେ କେହି ସେମାନଙ୍କ କ୍ୟାରିୟର ଶେଷ କରଦେବା ପକ୍ଷରେ ନାହୁଁ । ସେମାନଙ୍କୁ ଦଣ୍ଡ ଦେବା ସହିତ ଆମକୁ ଭାରତୀୟ କ୍ରିକେଟ୍‌ର ସ୍ୱାର୍ଥ ମଧ୍ୟ ଦେଖିବାକୁ ହେବ ବୋଲି ଏଡୁଲଜି କହିଛନ୍ତି । ‘କଫି ଓ୍ଵିଥ୍‌ କରନ୍‌’ ସୋ’ରେ ପାଣ୍ଡ୍ୟା ଓ ରାହୁଲ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ନେଇ ଖୋଲାଖୋଲି କହିବା ପରେ ଏହି ଝଡ଼ ଉଠିଛି । ପାଣ୍ଡ୍ୟା ଓ ରାହୁଲଙ୍କୁ ନିଲମ୍ବିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.