ରାଜ୍ୟ

ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ମହାନତା: ମାନସିକ ଅନଗ୍ରସର ଝିଅ ମୀନାଙ୍କୁ ବଢ଼ାଇଲେ ସହଯୋଗର ହାତ

କଟକ: ଜଣେ ମାନସିକ ଅନଗ୍ରସର ଝିଅ ମୀନାଙ୍କୁ ସହଯୋଗର ହାତ ବଢ଼ାଇଲେ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ। ମିନାଙ୍କ ସ୍ବପ୍ନ ପୂରଣ କରିଲେ ବର୍ଷା। ବର୍ଷା ‘ସହାୟ’ର ସମ୍ପାଦକ ମନି ଅପାଙ୍କ ସହିତ ଯୋଗାଯୋଗ କରି ଜାଣିପାରିଥିଲେ ମୀନା ରାଓ ନାମକ ଜଣେ ମାନସିକ ଅନଗ୍ରସର ଝିୟଟିଏ ଯିଏ କି, ବହୁତ ଅଭାବ ଅନାଟନ ମଧ୍ୟରେ ଚଳୁଥିଲେ। ତାଙ୍କ ମାଁ ଅନ୍ୟ ଘରେ ବାସନ ମାଜି ଘର ଚଳାନ୍ତି। କିନ୍ତୁ ତାଙ୍କ ଶରୀର ଅସୁସ୍ଥ ହେବାରୁ ସେ ମଧ୍ୟ ବେରୋଜଗାର ହୋଇଗଗଲେ।

ମୀନା ‘ସହାୟ’ ସ୍କୁଲରୁ ଯାହା ପାରିଶ୍ରମିକ ପାଆନ୍ତି ତାଙ୍କର ଘର ଖର୍ଚ୍ଚରେ ସାହାର୍ଯ୍ୟ କରନ୍ତି। ମୀନାଙ୍କର ଗୋଟେ ସ୍ବପ୍ନ ଥିଲା ସେ ନିଜ ଗୋଡରେ ଠିଆ ହୋଇ ଆଗକୁ ବଢ଼ିବେ ଏବଂ ଘରର ଆର୍ଥିକ ପରିସ୍ଥିତିକୁ ସୁଧାରିବେ। ତାଙ୍କର ଏହି ସ୍ବପ୍ନଟିକୁ ବର୍ଷା ଜାଣିପାରି ବର୍ଷା ଯାଇ ପହଞ୍ଚିଥିଲେ ମୀନାଙ୍କ ପାଖରେ ଏବଂ ତାଙ୍କର ସ୍ୱପ୍ନକୁ ପୂରଣ କରିବାରେ ସାହାର୍ଯ୍ୟ କରିଥିଲେ। ଓରମାସର Joint CEO ବିପିନ ରାଉତଙ୍କ ସହିତ ଆଲୋଚନା ପରେ ଓରମାସ ପକ୍ଷରୁ ଏକ ମାସ୍କ ଷ୍ଟଲ ମୀନାଙ୍କୁ କରାଇ ଦିଆଯାଇଛି।

ବର୍ଷାଙ୍କର ସମ୍ମାନିତା ଟିମର ସଦସ୍ୟ ସୁଜୟ ସରକାର ବର୍ଷାଙ୍କ ସହିତ ଏହି ମହତ କାର୍ଯ୍ୟରେ ସାହାର୍ଯ୍ୟ କରିବା ସହିତ ସେଠାରେ ଉପସ୍ଥିତ ଥିଲେ। ବର୍ଷା ନିଜେ ମୀନାଙ୍କ ଷ୍ଟଲକୁ ଯାଇ ମୀନଙ୍କୁ ଭେଟି ତାଙ୍କୁ ସୁଭେଚ୍ଛା ଜଣାଇବା ସହିତ ତାଙ୍କ ଷ୍ଟଲରୁ ମାସ୍କ,ସାନିଟାଇଜର ଏବଂ କାଢା କିଣିଥିଲେ। ମୀନାଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲେ। ସତରେ ବର୍ଷାଙ୍କ ଏହି ମହତ କାର୍ଯ୍ଯକୁ ସଭିଏଁ ପସନ୍ଦ କରିଛନ୍ତି।

Sonalisa

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

41 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

50 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

1 hour ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 hour ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 hour ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago