ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ମହାନତା: ମାନସିକ ଅନଗ୍ରସର ଝିଅ ମୀନାଙ୍କୁ ବଢ଼ାଇଲେ ସହଯୋଗର ହାତ

କଟକ: ଜଣେ ମାନସିକ ଅନଗ୍ରସର ଝିଅ ମୀନାଙ୍କୁ ସହଯୋଗର ହାତ ବଢ଼ାଇଲେ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ। ମିନାଙ୍କ ସ୍ବପ୍ନ ପୂରଣ କରିଲେ ବର୍ଷା। ବର୍ଷା ‘ସହାୟ’ର ସମ୍ପାଦକ ମନି ଅପାଙ୍କ ସହିତ ଯୋଗାଯୋଗ କରି ଜାଣିପାରିଥିଲେ ମୀନା ରାଓ ନାମକ ଜଣେ ମାନସିକ ଅନଗ୍ରସର ଝିୟଟିଏ ଯିଏ କି, ବହୁତ ଅଭାବ ଅନାଟନ ମଧ୍ୟରେ ଚଳୁଥିଲେ। ତାଙ୍କ ମାଁ ଅନ୍ୟ ଘରେ ବାସନ ମାଜି ଘର ଚଳାନ୍ତି। କିନ୍ତୁ ତାଙ୍କ ଶରୀର ଅସୁସ୍ଥ ହେବାରୁ ସେ ମଧ୍ୟ ବେରୋଜଗାର ହୋଇଗଗଲେ।

barsha priyadarsiniମୀନା ‘ସହାୟ’ ସ୍କୁଲରୁ ଯାହା ପାରିଶ୍ରମିକ ପାଆନ୍ତି ତାଙ୍କର ଘର ଖର୍ଚ୍ଚରେ ସାହାର୍ଯ୍ୟ କରନ୍ତି। ମୀନାଙ୍କର ଗୋଟେ ସ୍ବପ୍ନ ଥିଲା ସେ ନିଜ ଗୋଡରେ ଠିଆ ହୋଇ ଆଗକୁ ବଢ଼ିବେ ଏବଂ ଘରର ଆର୍ଥିକ ପରିସ୍ଥିତିକୁ ସୁଧାରିବେ। ତାଙ୍କର ଏହି ସ୍ବପ୍ନଟିକୁ ବର୍ଷା ଜାଣିପାରି ବର୍ଷା ଯାଇ ପହଞ୍ଚିଥିଲେ ମୀନାଙ୍କ ପାଖରେ ଏବଂ ତାଙ୍କର ସ୍ୱପ୍ନକୁ ପୂରଣ କରିବାରେ ସାହାର୍ଯ୍ୟ କରିଥିଲେ। ଓରମାସର Joint CEO ବିପିନ ରାଉତଙ୍କ ସହିତ ଆଲୋଚନା ପରେ ଓରମାସ ପକ୍ଷରୁ ଏକ ମାସ୍କ ଷ୍ଟଲ ମୀନାଙ୍କୁ କରାଇ ଦିଆଯାଇଛି।

help ବର୍ଷାଙ୍କର ସମ୍ମାନିତା ଟିମର ସଦସ୍ୟ ସୁଜୟ ସରକାର ବର୍ଷାଙ୍କ ସହିତ ଏହି ମହତ କାର୍ଯ୍ୟରେ ସାହାର୍ଯ୍ୟ କରିବା ସହିତ ସେଠାରେ ଉପସ୍ଥିତ ଥିଲେ। ବର୍ଷା ନିଜେ ମୀନାଙ୍କ ଷ୍ଟଲକୁ ଯାଇ ମୀନଙ୍କୁ ଭେଟି ତାଙ୍କୁ ସୁଭେଚ୍ଛା ଜଣାଇବା ସହିତ ତାଙ୍କ ଷ୍ଟଲରୁ ମାସ୍କ,ସାନିଟାଇଜର ଏବଂ କାଢା କିଣିଥିଲେ। ମୀନାଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲେ। ସତରେ ବର୍ଷାଙ୍କ ଏହି ମହତ କାର୍ଯ୍ଯକୁ ସଭିଏଁ ପସନ୍ଦ କରିଛନ୍ତି।