Categories: ରାଜ୍ୟ

ନୂଆପଡ଼ାରେ ପୂର୍ବ ଶତ୍ରୁତା ଓ ରାଜନୈତିକ ଆକ୍ରୋଶକୁ ନେଇ ଗୋଷ୍ଠୀ ସଂଘର୍ଷ , ୧୧ ଗୁରୁତର

ନୂଆପଡ଼ା(କେନ୍ୟୁଜ୍) : ନୂଆପଡ଼ାରେ ଗୋଷ୍ଠୀ ସଂଘର୍ଷରେ ୧୧ ଗୁରୁତର ଆହତ। ପୂର୍ବ ଶତ୍ରୁତା ଓ ରାଜନୈତିକ ଆକ୍ରୋଶରୁ ଖଡ଼ିଆଳ ଥାନା ଦୋହେଲପଡ଼ା ଗାଁ ଦାଣ୍ଡ ହୋଇଛି ରକ୍ତରଞ୍ଜିତ। ଗୁରୁତରଙ୍କ ମଧ୍ୟରୁ ୭ଜଣଙ୍କୁ ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସଙ୍କଟାପନ୍ନ ଥିବା ୪ଜଣଙ୍କୁ ରାୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ନୂଆପଡ଼ା ଅତିରିକ୍ତ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗାଁରେ ଉତ୍ତେଜନା ଲାଗିରହିଥିବାରୁ ୨ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଗାଁ ଦାଣ୍ଡ ଶୁନଶାନ ହୋଇଯାଇଛି।

ସେପଟେ ମୁରିବାହାଲ ଥାନା ପାତଲପଡ଼ା ଗାଁରେ ଗତକାଲି ସଂଧ୍ୟାରେ ଘଟିଛି ପ୍ରାକ ନିର୍ବାଚନ ହିଂସା। ବିଜେଡି କର୍ମୀମାନେ ପ୍ରଚାର କାର‌୍ୟ୍ୟ ସାରି ପାତଲପଡ଼ା ଦେଇ ଫେରୁଥିବା ବେଳେ ସେମାନଙ୍କୁ କିଛି କଂଗ୍ରେସ କର୍ମୀ ଅଟକାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଓ ତାଙ୍କ ସହଯୋଗୀ ନୀଳାମ୍ବର ମହାକୁଡ଼ଙ୍କୁ ମାଡ଼ ହୋଇଥିବା ନେଇ ମୁରିବାହାଲ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କଂଗ୍ରେସ ଏନେଇ କୌଣସି ପ୍ରତିକ୍ରିୟା ରଖିନାହିଁ।

KNews Bureau

Recent Posts

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…

3 hours ago

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

3 hours ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

4 hours ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

4 hours ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

5 hours ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

6 hours ago