ନୂଆପଡ଼ାରେ ପୂର୍ବ ଶତ୍ରୁତା ଓ ରାଜନୈତିକ ଆକ୍ରୋଶକୁ ନେଇ ଗୋଷ୍ଠୀ ସଂଘର୍ଷ , ୧୧ ଗୁରୁତର

ନୂଆପଡ଼ା(କେନ୍ୟୁଜ୍) : ନୂଆପଡ଼ାରେ ଗୋଷ୍ଠୀ ସଂଘର୍ଷରେ ୧୧ ଗୁରୁତର ଆହତ। ପୂର୍ବ ଶତ୍ରୁତା ଓ ରାଜନୈତିକ ଆକ୍ରୋଶରୁ ଖଡ଼ିଆଳ ଥାନା ଦୋହେଲପଡ଼ା ଗାଁ ଦାଣ୍ଡ ହୋଇଛି ରକ୍ତରଞ୍ଜିତ। ଗୁରୁତରଙ୍କ ମଧ୍ୟରୁ ୭ଜଣଙ୍କୁ ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସଙ୍କଟାପନ୍ନ ଥିବା ୪ଜଣଙ୍କୁ ରାୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ନୂଆପଡ଼ା ଅତିରିକ୍ତ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗାଁରେ ଉତ୍ତେଜନା ଲାଗିରହିଥିବାରୁ ୨ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଗାଁ ଦାଣ୍ଡ ଶୁନଶାନ ହୋଇଯାଇଛି।
ସେପଟେ ମୁରିବାହାଲ ଥାନା ପାତଲପଡ଼ା ଗାଁରେ ଗତକାଲି ସଂଧ୍ୟାରେ ଘଟିଛି ପ୍ରାକ ନିର୍ବାଚନ ହିଂସା। ବିଜେଡି କର୍ମୀମାନେ ପ୍ରଚାର କାର୍ୟ୍ୟ ସାରି ପାତଲପଡ଼ା ଦେଇ ଫେରୁଥିବା ବେଳେ ସେମାନଙ୍କୁ କିଛି କଂଗ୍ରେସ କର୍ମୀ ଅଟକାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଓ ତାଙ୍କ ସହଯୋଗୀ ନୀଳାମ୍ବର ମହାକୁଡ଼ଙ୍କୁ ମାଡ଼ ହୋଇଥିବା ନେଇ ମୁରିବାହାଲ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କଂଗ୍ରେସ ଏନେଇ କୌଣସି ପ୍ରତିକ୍ରିୟା ରଖିନାହିଁ।