Below header

କେନ୍ଦୁଝର ସାଂସଦ ପ୍ରାର୍ଥିନୀଙ୍କ ଫେକ୍‌ ଭିଡିଓ ମାମଲା , ପ୍ରଶାନ୍ତ ମିଶ୍ର ନାମକ ଆଉ ଜଣେ ଯୁବକ ଗିରଫ

କେନ୍ଦୁଝର(କେନ୍ୟୁଜ୍) : କେନ୍ଦୁଝର ଲୋକସଭାର ବିଜେଡି ସାଂସଦ ପ୍ରାର୍ଥୀଙ୍କ ଫେକ୍‌ ଭିଡିଓ ମାମଲାରେ ଆଉ ଜଣେ ଯୁବକ ପ୍ରଶାନ୍ତ ମିଶ୍ରଙ୍କୁ ଗିରଫ କରିଛି ପୋଲିସ । ତାଙ୍କୁ କୋର୍ଟରେ ହାଜର କରିବା ପରେ ଜେଲ ପଠାଇ ଦିଆଯାଇଛି । ଆଇପିସି ଧାରା ୨୯୨-ଏ, ୩୫୪-ଏ, ୫୦୦, ୫୦୯, ୪୬୫, ୪୬୯, ୧୨୦-ବି ଓ ୩୪ରେ ମାମଲା ରୁଜୁ ହୋଇଛି। ସେହିପରି ଆଇଟି ଆକ୍ଟର ୬୬ଡି, ୬୭ ଓ ୬୭-ଏ ରେ ମଧ୍ୟ ମାମଲା ରୁଜୁ ହୋଇଛି । ପୂର୍ବରୁ ଏହି ମାମଲାରେ ବିଜେପି ସୋସିଆଲ ମିଡିଆ ସଂଯୋଜକ ଜୟଦେବ ଗିରି ଓ ଭଦ୍ରକ ବିଜେପି ଆଇଟି ସେଲ୍‌ର ସଂଯୋଜକ ଚିନ୍ନୟ ସେନାପତି ଗିରଫ ହୋଇଥିଲେ । ଅଭିଯୁକ୍ତମାନେ କେନ୍ଦୁଝର ଲୋକସଭାର ବିଜେଡି ପ୍ରାର୍ଥୀଙ୍କ ଏକ ମର୍ଫଡ୍‌ ଭିଡିଓ ଭାଇରାଲ କରିଥିଲେ । ଯାହାକୁ ନେଇ କେନ୍ଦୁଝର ଟାଉନଥାନାରେ ଅଭିଯୋଗ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.