ଭୁବନେଶ୍ୱର: ଆଉ ୨୪ ଘଣ୍ଟା ହିଟ୍ ୱେଭ । ତା ପରେ ୨ ଦିନ ପାଇଁ ମିଳିବ ସାମନ୍ୟ ଆଶ୍ବସ୍ତି । ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ । ୨୫ ତାରିଖରୁ ପୁଣି ବଢ଼ିବ ତାତି। ଗତ କିଛି ଦିନ ହେବ ଡହଳବିକଳ କରୁଛି ଗ୍ରୀଷ୍ମ ପ୍ରବାହ । ରାତି ପାହୁପାହୁ ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି ।
ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା ଓ କେନ୍ଦୁଝର । ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ସର୍ବାଧିକ ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ହୀରାକୁଦରେ ତାପମାତ୍ରା ୪୧.୦୮ ଡିଗ୍ରୀ ସେଲସିୟସ ରହିଥିବା ବେଳେ ରାଉରକେଲାର ମଧ୍ୟ ପାରଦ ୪୧.୦୮ ରହିଛି ।
ସେହିପରି ସମ୍ୱଲପୁରରେ ୪୧.୭ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରର ତାପମାତ୍ରା ୪୧.୬ ଡିଗ୍ରୀ ରହିଛି । ରାଜ୍ୟରେ ୨୬ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମଲହରୀ । ସିଭିୟର ହିଟୱେଭ୍ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ହିଟ୍ ୱେଭ କଣ୍ଡିସନ ନେଇ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ହିଟ୍ ୱେଭ କଣ୍ଡିସନ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଘଣ୍ଟା ପରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ । ଦିନର ତାପମାତ୍ରା ୨ରୁ ୩ଡିଗ୍ରୀ କମିବାର ସମ୍ଭାବନା ରହିଛି । କେବଳ ଓଡ଼ିଶା ନୁହେଁ । ବିହାର, ଝାରଖଣ୍ଡ, କେରଳ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶରେ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏହି ସମସ୍ତ ରାଜ୍ୟକୁ ହିଟ ୱେଭ୍ ଆଲର୍ଟ ଜାରି ହୋଇଛି ।
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…