ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡାର ପାଲୁର ହିଲ୍ଠାରେ ଖୋଲିବ ରାଜ୍ୟରେ ଦ୍ୱିତୀୟ ଭାରିଯାନ ପ୍ରଶିକ୍ଷଣ କେନ୍ଦ୍ର। ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ପ୍ରଶିକ୍ଷଣ କେନ୍ଦ୍ରରେ ଭାରୀଯାନ ଚାଳକଙ୍କୁ ତିନି ମାସ ଧରି ଉଭୟ ପ୍ରାକ୍ଟିକାଲ ଓ ଥିଓରୀ ଉପରେ ଟ୍ରେନିଂ ଦିଆଯିବ। ୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ଏହି ପ୍ରଶିକ୍ଷଣ କେନ୍ଦ୍ରର କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ। ଏଠାରେ ନିର୍ମାଣ କାର୍ଯ୍ୟ ଇଡ୍କୋ କରୁଛି । ୧୪ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ପ୍ରଶିକ୍ଷଣ କେନ୍ଦ୍ରଟି ପ୍ରାଇଭେଟ୍-ପବ୍ଲିକ ପାର୍ଟନରସିପ୍ରେ ଚାଲୁଥିବା ବେଳେ ସମସ୍ତ ପ୍ରକାରର କାର୍ଯ୍ୟ ଟାଟା ମୋଟର୍ସ ବୁଝିବ ବୋଲି କହିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ। ପୂର୍ବରୁ ଭାରି ଯାନ ପ୍ରଶିକ୍ଷଣ ପାଇଁ ଯାଜପୁର ଜିଲ୍ଲା ଛତିଆକୁ ଯିବାକୁ ପଡୁଥିଲା। ଗଞ୍ଜାମ ଜିଲ୍ଲାରେ ଭାରିଯାନ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ନେଇ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିଲା।
ଭୁବନେଶ୍ୱର(କେନ୍ୟୁଜ୍): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…
ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…
ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…
ଭୁବନେଶ୍ୱର(କେନ୍ୟୁଜ୍): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…
ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍ରେ କୋଲକାତା ନାଇଟ୍ ରାଇଡର୍ସ (KKR)…
ଭୁବନେଶ୍ୱର(କେନ୍ୟୁଜ୍): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…