ରାଜ୍ୟରେ ଖୋଲିବ ଦ୍ୱିତୀୟ ଭାରିଯାନ ପ୍ରଶିକ୍ଷଣ କେନ୍ଦ୍ର

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡାର ପାଲୁର ହିଲ୍‌ଠାରେ ଖୋଲିବ ରାଜ୍ୟରେ ଦ୍ୱିତୀୟ ଭାରିଯାନ ପ୍ରଶିକ୍ଷଣ କେନ୍ଦ୍ର। ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ପ୍ରଶିକ୍ଷଣ କେନ୍ଦ୍ରରେ ଭାରୀଯାନ ଚାଳକଙ୍କୁ ତିନି ମାସ ଧରି ଉଭୟ ପ୍ରାକ୍ଟିକାଲ ଓ ଥିଓରୀ ଉପରେ ଟ୍ରେନିଂ ଦିଆଯିବ। ୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ଏହି ପ୍ରଶିକ୍ଷଣ କେନ୍ଦ୍ରର କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ। ଏଠାରେ ନିର୍ମାଣ କାର୍ଯ୍ୟ ଇଡ୍‌କୋ କରୁଛି । ୧୪ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ପ୍ରଶିକ୍ଷଣ କେନ୍ଦ୍ରଟି ପ୍ରାଇଭେଟ୍‌-ପବ୍ଲିକ ପାର୍ଟନରସିପ୍‌ରେ ଚାଲୁଥିବା ବେଳେ ସମସ୍ତ ପ୍ରକାରର କାର୍ଯ୍ୟ ଟାଟା ମୋଟର୍ସ ବୁଝିବ ବୋଲି କହିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ। ପୂର୍ବରୁ ଭାରି ଯାନ ପ୍ରଶିକ୍ଷଣ ପାଇଁ ଯାଜପୁର ଜିଲ୍ଲା ଛତିଆକୁ ଯିବାକୁ ପଡୁଥିଲା। ଗଞ୍ଜାମ ଜିଲ୍ଲାରେ ଭାରିଯାନ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ନେଇ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.