କେନ୍ୟୁଜ୍(ବ୍ୟୁରୋ): ସରିଲା ରିମାଣ୍ଡ ଅବଧି । ଝାରପଡ଼ା ଜେଲ ଗଲେ ଉଦ୍ୟାନ କୃଷି ବିଭାଗର ନିଲମ୍ବିତ ନିର୍ଦ୍ଦେଶକ ବିଜୟକେତନ ଉପାଧ୍ୟାୟ । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବେ । ଆଜି ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଭିଜିଲାନ୍ସ ଆଉ ଅଧିକ ଦିନ ରିମାଣ୍ଡ ଆବେଦନ ନକରିବାରୁ ବିଜୟକେତନଙ୍କୁ ଜେଲ ପଠାଇ ଦିଆଯାଇଛି । ଆସନ୍ତା ୮ତାରିଖରେ ତାଙ୍କ ଜାମିନ ନେଇ ନିଷ୍ପତ୍ତି ଶୁଣାଇବେ କୋର୍ଟ । ଆଜି ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖାଯାଇଛି । ବିଜୟକେତନଙ୍କୁ ୫ଦିନିଆ ରିମାଣ୍ଡର ନେଇ ପଚରାଉଚରା ବେଳେ ଭିଜିଲାନ୍ସକୁ ମିଳିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଉଦ୍ୟାନ ବିଭାଗରେ ଆର୍ଥିକ ଅନିୟମିତତା ନେଇ ଅନେକ ଗୁମର ଖୋଲିଥିବା ଜଣାପଡ଼ିଛି। ଉଦ୍ୟାନ କୃଷି ବିଭାଗର ଏକ ଡିପୋଜିଟ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ଘରୋଇ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଥିଲା। ଉଦ୍ୟାନ କୃଷି ବିଭାଗର ପ୍ରାୟ ୩୦ କୋଟି ଟଙ୍କାର ଡିପୋଜିଟ୍କୁ ଘରୋଇ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଛି। କେବଳ ଡିପୋଜିଟ୍ ସ୍ଥାନାନ୍ତରିତ ହୋଇ ନଥିଲା। ଏହାସହ ୪ଟି ଆକାଉଣ୍ଟ ମଧ୍ୟ ଖୋଲାଯାଇଥିଲା। ଏହାକୁ ନେଇ ଏବେ ଭିଜିଲାନସ୍ ଖୋଳତାଡ କରୁଛି । ଉଦ୍ୟାନ ବିଭାଗରେ ବିଲ ପାସ କରାଇବା ପାଇଁ ଏକଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତ ସୋମବାର ୨୦୦୯ ବ୍ୟାଚର ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ ଭିଜିଲାନ୍ସ ବିଭାଗ ହାତରେ ଧରା ପଡ଼ିଥିଲେ ।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…