ରାଜ୍ୟ

କଟକ ଆଇଆଇଏଫ୍‌ଏଲରୁ ଲୁଟ ଘଟଣା: ଗିରଫ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

କଟକ (କେନ୍ଯୁଜ୍): କଟକ ନୟାସଡ଼କ ସ୍ଥିତ ଋଣ ପ୍ରଦାନକାରୀ ସସ୍ଥା ଆଇଆଇଏଫ୍‌ଏଲରୁ ଲୁଟ ଘଟଣାରେ ଗିରଫ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଓଡିଶା ହାଇକୋର୍ଟ । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ସରୋଜ ପୃଷ୍ଟୀ, ଦେବାଶିଷ ହାଜରା, ପୀତାମ୍ବର ସାହୁ, ପବିତ୍ର ବେହେରା, ନୀଳିମା ଲେଙ୍କା, ରଞ୍ଜନ ବେହେରା, ହରମୋହନ ଦାସ, ସନ୍ତୋଷ ଭୋଇଙ୍କ ନିୟମିତ ଜାମିନ ଆବେଦନ ଉପରେ ଶୁଣାଣି କରି ଖାରଜ କରିଛନ୍ତି ।

୨୦୨୦ ନଭେମ୍ବର ୧୧ରେ ଆଇଆଇଏଫଏଲ ନୟାସଡ଼କ ଶାଖାରୁ ବିପୁଳ ସୁନା ଅଳଙ୍କାର ଓ ନଗଦ ୪ଲକ୍ଷ ୪୦ହଜାର ଲୁଟ୍‌ ହୋଇଥିଲା । ଡକାୟତି ପଛରେ ଥିଲା ସଂସ୍ଥାର କର୍ମଚାରୀଙ୍କ ସଂପୃକ୍ତି । ସଂସ୍ଥା ପକ୍ଷରୁ ତଦନ୍ତ ବେଳେ କେତେକ କର୍ମଚାରୀ ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଜଣା ପଡିଥିଲା । ଗତବର୍ଷ ଡିସେମ୍ବର ୨୯ରେ ଏନେଇ ଲାଲବାଗ ଥାନାରେ ଏତଲା ହୋଇଥିଲା । ପୋଲିସ ତଦନ୍ତ କରି ତତ୍କାଳୀନ ଶାଖା ପରିଚାଳକ ସତ୍ୟ ପ୍ରଧାନ ଓ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା । ଗତବର୍ଷ ଡିସେମ୍ବର ୧୬ରେ ଗିରଫ ହୋଇଥିଲେ ସତ୍ୟ ପ୍ରଧାନ ।

Sonalisa

Recent Posts

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

14 mins ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

18 mins ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

51 mins ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

1 hour ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

2 hours ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

2 hours ago