କଟକ ଆଇଆଇଏଫ୍ଏଲରୁ ଲୁଟ ଘଟଣା: ଗିରଫ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

କଟକ (କେନ୍ଯୁଜ୍): କଟକ ନୟାସଡ଼କ ସ୍ଥିତ ଋଣ ପ୍ରଦାନକାରୀ ସସ୍ଥା ଆଇଆଇଏଫ୍ଏଲରୁ ଲୁଟ ଘଟଣାରେ ଗିରଫ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଓଡିଶା ହାଇକୋର୍ଟ । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ସରୋଜ ପୃଷ୍ଟୀ, ଦେବାଶିଷ ହାଜରା, ପୀତାମ୍ବର ସାହୁ, ପବିତ୍ର ବେହେରା, ନୀଳିମା ଲେଙ୍କା, ରଞ୍ଜନ ବେହେରା, ହରମୋହନ ଦାସ, ସନ୍ତୋଷ ଭୋଇଙ୍କ ନିୟମିତ ଜାମିନ ଆବେଦନ ଉପରେ ଶୁଣାଣି କରି ଖାରଜ କରିଛନ୍ତି ।
୨୦୨୦ ନଭେମ୍ବର ୧୧ରେ ଆଇଆଇଏଫଏଲ ନୟାସଡ଼କ ଶାଖାରୁ ବିପୁଳ ସୁନା ଅଳଙ୍କାର ଓ ନଗଦ ୪ଲକ୍ଷ ୪୦ହଜାର ଲୁଟ୍ ହୋଇଥିଲା । ଡକାୟତି ପଛରେ ଥିଲା ସଂସ୍ଥାର କର୍ମଚାରୀଙ୍କ ସଂପୃକ୍ତି । ସଂସ୍ଥା ପକ୍ଷରୁ ତଦନ୍ତ ବେଳେ କେତେକ କର୍ମଚାରୀ ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଜଣା ପଡିଥିଲା । ଗତବର୍ଷ ଡିସେମ୍ବର ୨୯ରେ ଏନେଇ ଲାଲବାଗ ଥାନାରେ ଏତଲା ହୋଇଥିଲା । ପୋଲିସ ତଦନ୍ତ କରି ତତ୍କାଳୀନ ଶାଖା ପରିଚାଳକ ସତ୍ୟ ପ୍ରଧାନ ଓ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା । ଗତବର୍ଷ ଡିସେମ୍ବର ୧୬ରେ ଗିରଫ ହୋଇଥିଲେ ସତ୍ୟ ପ୍ରଧାନ ।