କୋରାପୁଟ: ପାହାଡରୁ ଯୁବତୀଙ୍କ ମୃତ ଦେହ ଠାବ, ମୁହଁ ଓ ଛାତିକୁ ପଥର ଛେଚି ବୀଭତ୍ସ ହତ୍ୟା 

କୋରାପୁଟ(କେନ୍ଯୁଜ୍): କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ଆମ୍ପାବିଲି ଗାଁ ନିକଟ ପାହାଡରୁ ଯୁବତୀଙ୍କ ମୃତ ଦେହ ଠାବ । ତାଙ୍କ ମୁହଁ ଓ ଛାତିକୁ ପଥର ଛେଚି ବୀଭତ୍ସ ହତ୍ୟା  କରାଯାଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିଛନ୍ତି ।

ତେବେ ଯୁବତୀ କିଭଳି ପାହାଡ଼କୁ ଆସିଲେ ? ତାଙ୍କୁ କେହି ହତ୍ୟା କରିବା ପରେ ଏଠାରେ ଫିଙ୍ଗି ଦେଇଛି କି ? ପଟାଙ୍ଗି ପୋଲିସ ଅଧିକ ଖୋଳତାଡ ଜାରି ରଖିଛି । ଅନୁମାନ କରାଯାଉଛି ମୃତକଙ୍କ ବୟସ ୨୦ରୁ ୨୫ ବର୍ଷ ହେବ । ଯୁବତୀଙ୍କ ପରିଚୟ ଜାଣିବା ପୋଲିସ ପାଇଁ ଏବେ ଚ୍ୟାଲେଞ୍ଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.