କୁତ୍ରା(କେନ୍ଯୁଜ): ମୟୂର ଚୋରା ଚାଲାଣ । ମୟୁର ଗୋଟାକୁ ୨ହଜାର ଟଙ୍କା । ମୟୂର ମାଂସ କିଲୋ ୬୦୦ ଟଙ୍କା । ଖୁଲମଖୁଲା ଚାଲିଛି ଏଭଳି କାରବାର । ଜଙ୍ଗଲରେ ମାତିଛନ୍ତି ଶିକାରୀ ଓ ଦଲାଲ । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ମାତିଛନ୍ତି ମୟୂର ଶିକାର। ବିଭିନ୍ନ ଜଙ୍ଗଲରେ ଜାଲ ପକାଇ ଶିକାରୀମାନେ ମୟୂର ଧରିଛନ୍ତି । ଏହାପରେ ଛୋଟ ମୟୂରକୁ ୨ହଜାର ଟଙ୍କାରେ ବିକ୍ରି କରାଯାଉଛି ।
ବନ ବିଭାଗର କିଛି ଅସାଧୁ କର୍ମଚାରୀ ମଧ୍ୟ ଶିକାରୀଙ୍କ ସହ ମିଶି କାରବାର ଚଳାଇଥିବା ଅଭିଯୋଗ ହୋଇଛି। ମୟୂର ଚାଲାଣ ଏବେ କୁତ୍ରା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ବଡଗାଁ ଫରେଷ୍ଟ ରେଞ୍ଜର ନୂଆଗାଁ ପଞ୍ଚାୟତର ରଙ୍ଗାପାଟି ଅଞ୍ଚଳରେ ବହୁଳ ଭାବରେ ମୟୂର ଥିବାରୁ ଏହି ଅଞ୍ଚଳକୁ ଏବେ ଏହି ଶିକାରୀମାନେ ବାଛିଛନ୍ତି। ଅନ୍ୟପଟେ ଏ ନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ।
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…