Below header

ବଡଗାଁ ଫରେଷ୍ଟ ରେଞ୍ଜର ରଙ୍ଗାପାଟି ଅଞ୍ଚଳରେ ମୟୂର ଚୋରା ଚାଲାଣ, ମାଂସ କିଲୋ ୬୦୦ ଟଙ୍କାରେ ହେଉଛି ବିକ୍ରି

କୁତ୍ରା(କେନ୍ଯୁଜ):  ମୟୂର ଚୋରା ଚାଲାଣ । ମୟୁର ଗୋଟାକୁ ୨ହଜାର ଟଙ୍କା । ମୟୂର ମାଂସ କିଲୋ ୬୦୦ ଟଙ୍କା । ଖୁଲମଖୁଲା ଚାଲିଛି ଏଭଳି କାରବାର । ଜଙ୍ଗଲରେ ମାତିଛନ୍ତି ଶିକାରୀ ଓ ଦଲାଲ । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ମାତିଛନ୍ତି ମୟୂର ଶିକାର। ବିଭିନ୍ନ ଜଙ୍ଗଲରେ ଜାଲ ପକାଇ ଶିକାରୀମାନେ ମୟୂର ଧରିଛନ୍ତି । ଏହାପରେ ଛୋଟ ମୟୂରକୁ ୨ହଜାର ଟଙ୍କାରେ ବିକ୍ରି କରାଯାଉଛି ।

ବନ ବିଭାଗର କିଛି ଅସାଧୁ କର୍ମଚାରୀ ମଧ୍ୟ ଶିକାରୀଙ୍କ ସହ ମିଶି କାରବାର ଚଳାଇଥିବା ଅଭିଯୋଗ ହୋଇଛି। ମୟୂର ଚାଲାଣ ଏବେ କୁତ୍ରା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ବଡଗାଁ ଫରେଷ୍ଟ ରେଞ୍ଜର ନୂଆଗାଁ ପଞ୍ଚାୟତର ରଙ୍ଗାପାଟି ଅଞ୍ଚଳରେ ବହୁଳ ଭାବରେ ମୟୂର ଥିବାରୁ ଏହି ଅଞ୍ଚଳକୁ ଏବେ ଏହି ଶିକାରୀମାନେ ବାଛିଛନ୍ତି। ଅନ୍ୟପଟେ ଏ ନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.