ମାଷ୍ଟରକ୍ଯାଣ୍ଟିନ ଆକ୍ରମଣ: କ୍ୟାପିଟାଲ ଥାନା ପୋଲିସ ଆଜି ଅଭିଯୁକ୍ତ ରାଜାକୁ କରିବ କୋର୍ଟ ଚାଲାଣ

ଭୁବନେଶ୍ୱର(କେନ୍ଯୁଜ):  ମଦ କାରବାର ଓ ଦୋକାନ ଭାଗବଣ୍ଟାକୁ ନେଇ ଗତକାଲି ରକ୍ତରଞ୍ଜିତ ହୋଇଥିଲା ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌। ୪ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ରାସ୍ତାରେ ପକାଇ ଅମାନୁଷିକ ଭାବେ ପିଟିବା ସହ ହାଣିଥିଲେ ଦୁର୍ବୃତ୍ତ । ଖାରବେଳନଗର ମାଳିସାହି ଅଞ୍ଚଳର ରାଜା ଓ ନରେଶଙ୍କ ସମେତ ୧୨ରୁ ଅଧିକ ଦୁର୍ବୃତ୍ତ ୪ଜଣଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗିରଫ ପରେ କ୍ୟାପିଟାଲ ଥାନା ପୋଲିସ ଆଜି ଅଭିଯୁକ୍ତ ରାଜାକୁ କୋର୍ଟ ଚାଲାଣ କରିବ। ଅନ୍ୟ ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। କ୍ୟାପିଟାଲ ଥାନା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.