ସାମ୍ନାକୁ ଆସିଲା ହରଭଜନ ସିଂହ ଓ ଗୀତା ବାସ୍ରାଙ୍କ ପୁଅର ନାମ, ଫଟୋ ସେୟାର କରି କଲେ ନାମକରଣ

କ୍ରିକେଟର ହରଭଜନ ସିଂହ ଓ ଅଭିନେତ୍ରୀ ଗୀତା ବାସ୍ରା ନିକଟରେ ନିଜ ଦ୍ୱିତୀୟ ସନ୍ତାନକୁ ୱେଲକମ୍‌ କରିଛନ୍ତି। ଏବେ ଗୀତା ନିଜ ପୁଅର ନାଁ ବିଷୟରେ ଫ୍ୟାନ୍‌ଙ୍କୁ ସୂଚନା ଦେଇଛନ୍ତି। ଗୀତା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଝିଅ ସହ ପୁଅର ଫଟୋ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି, ସେମାନେ ପୁଅର ନାଁ ଜୋବାନ୍‌ ବୀର ସିଂହ ପ୍ଲାହା ରଖିଛନ୍ତି।

ଏହି ଫଟୋରେ ଗୀତା ବାସ୍ରା ଓ ହରଭଜନ ସିଂହଙ୍କ ଝିଅ ହିନାୟା ସାନ ଭାଇକୁ କୋଳରେ ଧରିଥିବା ଦେଖାଯାଇଛି। ଭାଇ-ଭଉଣୀଙ୍କ ଏହି ଫଟୋ ବେଶ୍‌ କ୍ୟୁଟ୍‌ ଲାଗୁଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଗୀତା ନିଜ ପୁଅର ମୁହଁ ଦେଖାଇନାହାନ୍ତି।

 

View this post on Instagram

 

A post shared by Geeta Basra (@geetabasra)


ଏହି ଫଟୋ ସେୟାର କରି ଗୀତା କ୍ୟାପ୍‌ସନ୍‌ରେ ଲେଖିଛନ୍ତି- ଦେଖନ୍ତୁ ହୀରର ବୀରକୁ… ଜୀବନ ବୀର ସିଂହ ପ୍ଲାହା।

ଏହା ପୂର୍ବରୁ ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଖୁବ୍‌ ସୁନ୍ଦର ଭିଡିଓ ସେୟାର କରିଥିଲେ। ଭିଡିଓରେ ସେ ଫ୍ୟାନ୍‌ଙ୍କୁ ଧନ୍ୟବାଦ ଜଣାଇଥିଲେ।

 

View this post on Instagram

 

A post shared by Geeta Basra (@geetabasra)

ସୂଚନାଯୋଗ୍ୟ ଯେ ହରଭଜନ ସିଂହ ଓ ଗୀତା ଜୁଲାଇ ୧୦ରେ ବେବି ବୟକୁ ଘରକୁ ସ୍ୱାଗତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.