Below header

ବରଗଡ଼ ଜିଲ୍ଲା ପଦ୍ମପୁର ସହର ୧୨ ଘଣ୍ଟା ବନ୍ଦ ଡାକରା, ସକାଳ ୬ଠାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ବନ୍ଦ

ବରଗଡ଼ (କେନ୍ଯୁଜ): ବରଗଡ଼ ଜିଲ୍ଲା ପଦ୍ମପୁର ସହର ୧୨ ଘଣ୍ଟା ବନ୍ଦ । ମୋଟର ଚାଳକ ସଂଘ ପଦ୍ମପୁର ଶାଖା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଠାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ସହ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ସଂଘ ଡାକରା ଦେଇଛି ।

ମୋଟର ଚାଳକଙ୍କ ପ୍ରତି ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଏନେଇ ୯ ଦଫା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସଂଘ । ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଛି ଏବଂ ଯାନବାହନ ଚଳାଚଳ ଠପ୍‌ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.