ରାଜ୍ୟ

ସରକାର ଆମ କଥା ଶୁଣିନି ତେଣୁ ଆମେ ଶିମିଳିପାଳ ଭିତରକୁ ଛାଡିବୁନି, ହନ୍ତସନ୍ତ ହେଲେ ପର୍ଯ୍ୟଟକ

ମୟୁରଭଞ୍ଜ(କେନ୍ୟୁଜ୍):  ଶୀତ ବଢିବା ସାଙ୍ଗକୁ ଶିମିଳିପାଳରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢୁଛି।  ପ୍ରତିଦିନ ଶହ ଶହ  ପର୍ଯ୍ୟଟକଙ୍କ ସମାଗମ ହେଉଛି ଶିମିଳିପାଳରେ । ଆଜି ସକାଳୁ ଶିମିଳିପାଳ ଗେଟ ନିକଟରେ ସକାଳ ପୂର୍ବରୁ ଶହ ଶହ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା । ଲଗୁଥିଲା ସେମାନେ ସକଳ ହେବା  ଯାଏଁ ଟିକେଟ ଖଣ୍ଡିଏ ପାଇଁ ଅପେକ୍ଷା କରିଛନ୍ତି । କିନ୍ତୁ  ବାସ୍ତବରେ ସେମିତି  କିଛି ନଥିଲା।  ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଯୋଗୁଁ ସମସ୍ତ ପର୍ଯ୍ୟଟକ ଗେଟ  ସମ୍ମୁଖରେ ଭିଡ଼ ଜମାଇ ରହିଥିଲେ।  ସମସ୍ତଙ୍କର  ଅପେକ୍ଷା ଥିଲା ସକାଳ ୬ ଟାରେ ଗେଟରୁ ଅନୁମତିପତ୍ର ନେଇ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥାନ୍ତେ। ମାତ୍ର ହଠାତ ସ୍ଥାନୀୟଲୋକେ ସେମାନଙ୍କର ସମସ୍ୟାର ସମାଧାନ ଦାବିରେ ଲୁଲୁଂ ଗେଟରେ ଧାରଣାଦେବା ଫଳରେ ସେଠାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ସବୁଦିନ ପରି  ଆଜି ମଧ୍ୟ ବହୁ ପର୍ଯ୍ୟଟକମାନେ ରାତି ୩ ଟାରୁ ଆସି ଲୁଲୁଂ ଗେଟରେ ଅପେକ୍ଷା କରିଥିଲେ ୬ଟା ପରେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥାନ୍ତେ।ମାତ୍ର ସକାଳ ହେବା ପୂର୍ବରୁ ସ୍ଥାନୀୟ ଲୁଲୁଂଗ୍ରାମର ଗ୍ରାମବାସୀମାନେ ସେମାନଙ୍କ ଗାଁରେ  ଥିବା ବିଭିନ୍ନ ସମସ୍ୟା ସମାଧାନ ଦାବିନେଇ ଲୁଲୁଂ ପ୍ରବେଶ ପଥରେ ଧାରଣାରେ ବସିଯାଇଥିଲେ। ଦୀର୍ଘଦିନ ଧରି  ସେମାନଙ୍କ ସମସ୍ୟା ସଂପର୍କରେ ଗ୍ରାମ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ନଶୁଣିବା ପରେ ସେମାନେ ଆଇନକୁ  ହାତକୁ ନେଇ ଏହି ପ୍ରତିବାଦ କରିଥିବା କଥା କହିଥିଲେ। ମାତ୍ର ହଠାତ ଏହି ପ୍ରତିବାଦ ଫଳରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଶହ ଶହ ପର୍ଯ୍ୟଟକମାନେ ଅଟକି ରହିଥିଲେ। ଶହ ଶହ କିଲୋମିଟର ଦୂରରୁ ଆସିଥିବା ଏହି  ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା  

ଏହି ଘଟଣା ପରେ ଶାମାଖୁଣ୍ଟା ତହସିଲଦାରଙ୍କ ସମେତ ବାରିପଦା ହେଡକ୍ଵାଟର ଡିଏସପି ଯଦୁନାଥ ଜେନା,ସଦରଥାନା ପୋଲିସ ସହ  ସେଠାରେ ପହଞ୍ଚିଥିଲେ ଓ  ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଆସନ୍ତା ୭ ଦିନ ମଧ୍ୟରେ ସେମାନଙ୍କ ଗ୍ରାମକୁ ଥିବା ରାସ୍ତାର ମରାମତିର ପ୍ରତିଶୃତି ପାଇବାପରେ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ସକାଳ ୫ଟା ଠାରୁ ଦିନ ୯ଟା ପର୍ଯ୍ୟନ୍ତ ଦୀର୍ଘ ୪ ଘଣ୍ଟା ଧରି ରାସ୍ତାରୋକ ଫଳରେ ବାହାରୁ ଆସିଥିବା ପର୍ଯ୍ୟଟକମାନଙ୍କୁ  ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା। ସେଥିପାଇଁ ପର୍ଯ୍ୟଟକମାନେ ଜିଲ୍ଲା ପ୍ରଶାସନକୁ ଦାୟୀ କରିଥିବା ବେଳେପୋଲିସ ଅଧିକାରୀଙ୍କ ସହଯୋଗଫଳରେ ପର୍ଯ୍ୟଟଙ୍କ ଗାଡି ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବା ସମ୍ଭବ ହୋଇଥିଲା

KNews Bureau

Recent Posts

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

19 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

22 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

45 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

1 hour ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

1 hour ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

1 hour ago