Below header

ସରକାର ଆମ କଥା ଶୁଣିନି ତେଣୁ ଆମେ ଶିମିଳିପାଳ ଭିତରକୁ ଛାଡିବୁନି, ହନ୍ତସନ୍ତ ହେଲେ ପର୍ଯ୍ୟଟକ

ମୟୁରଭଞ୍ଜ(କେନ୍ୟୁଜ୍):  ଶୀତ ବଢିବା ସାଙ୍ଗକୁ ଶିମିଳିପାଳରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢୁଛି।  ପ୍ରତିଦିନ ଶହ ଶହ  ପର୍ଯ୍ୟଟକଙ୍କ ସମାଗମ ହେଉଛି ଶିମିଳିପାଳରେ । ଆଜି ସକାଳୁ ଶିମିଳିପାଳ ଗେଟ ନିକଟରେ ସକାଳ ପୂର୍ବରୁ ଶହ ଶହ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା । ଲଗୁଥିଲା ସେମାନେ ସକଳ ହେବା  ଯାଏଁ ଟିକେଟ ଖଣ୍ଡିଏ ପାଇଁ ଅପେକ୍ଷା କରିଛନ୍ତି । କିନ୍ତୁ  ବାସ୍ତବରେ ସେମିତି  କିଛି ନଥିଲା।  ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଯୋଗୁଁ ସମସ୍ତ ପର୍ଯ୍ୟଟକ ଗେଟ  ସମ୍ମୁଖରେ ଭିଡ଼ ଜମାଇ ରହିଥିଲେ।  ସମସ୍ତଙ୍କର  ଅପେକ୍ଷା ଥିଲା ସକାଳ ୬ ଟାରେ ଗେଟରୁ ଅନୁମତିପତ୍ର ନେଇ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥାନ୍ତେ। ମାତ୍ର ହଠାତ ସ୍ଥାନୀୟଲୋକେ ସେମାନଙ୍କର ସମସ୍ୟାର ସମାଧାନ ଦାବିରେ ଲୁଲୁଂ ଗେଟରେ ଧାରଣାଦେବା ଫଳରେ ସେଠାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । mayurbhanjସବୁଦିନ ପରି  ଆଜି ମଧ୍ୟ ବହୁ ପର୍ଯ୍ୟଟକମାନେ ରାତି ୩ ଟାରୁ ଆସି ଲୁଲୁଂ ଗେଟରେ ଅପେକ୍ଷା କରିଥିଲେ ୬ଟା ପରେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥାନ୍ତେ।ମାତ୍ର ସକାଳ ହେବା ପୂର୍ବରୁ ସ୍ଥାନୀୟ ଲୁଲୁଂଗ୍ରାମର ଗ୍ରାମବାସୀମାନେ ସେମାନଙ୍କ ଗାଁରେ  ଥିବା ବିଭିନ୍ନ ସମସ୍ୟା ସମାଧାନ ଦାବିନେଇ ଲୁଲୁଂ ପ୍ରବେଶ ପଥରେ ଧାରଣାରେ ବସିଯାଇଥିଲେ। ଦୀର୍ଘଦିନ ଧରି  ସେମାନଙ୍କ ସମସ୍ୟା ସଂପର୍କରେ ଗ୍ରାମ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ନଶୁଣିବା ପରେ ସେମାନେ ଆଇନକୁ  ହାତକୁ ନେଇ ଏହି ପ୍ରତିବାଦ କରିଥିବା କଥା କହିଥିଲେ। ମାତ୍ର ହଠାତ ଏହି ପ୍ରତିବାଦ ଫଳରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଶହ ଶହ ପର୍ଯ୍ୟଟକମାନେ ଅଟକି ରହିଥିଲେ। ଶହ ଶହ କିଲୋମିଟର ଦୂରରୁ ଆସିଥିବା ଏହି  ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା  

ଏହି ଘଟଣା ପରେ ଶାମାଖୁଣ୍ଟା ତହସିଲଦାରଙ୍କ ସମେତ ବାରିପଦା ହେଡକ୍ଵାଟର ଡିଏସପି ଯଦୁନାଥ ଜେନା,ସଦରଥାନା ପୋଲିସ ସହ  ସେଠାରେ ପହଞ୍ଚିଥିଲେ ଓ  ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଆସନ୍ତା ୭ ଦିନ ମଧ୍ୟରେ ସେମାନଙ୍କ ଗ୍ରାମକୁ ଥିବା ରାସ୍ତାର ମରାମତିର ପ୍ରତିଶୃତି ପାଇବାପରେ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ସକାଳ ୫ଟା ଠାରୁ ଦିନ ୯ଟା ପର୍ଯ୍ୟନ୍ତ ଦୀର୍ଘ ୪ ଘଣ୍ଟା ଧରି ରାସ୍ତାରୋକ ଫଳରେ ବାହାରୁ ଆସିଥିବା ପର୍ଯ୍ୟଟକମାନଙ୍କୁ  ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା। ସେଥିପାଇଁ ପର୍ଯ୍ୟଟକମାନେ ଜିଲ୍ଲା ପ୍ରଶାସନକୁ ଦାୟୀ କରିଥିବା ବେଳେପୋଲିସ ଅଧିକାରୀଙ୍କ ସହଯୋଗଫଳରେ ପର୍ଯ୍ୟଟଙ୍କ ଗାଡି ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବା ସମ୍ଭବ ହୋଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.