Below header

କରୋନା ଟିକା ଦିଆଯିବାର କିଛି ସମୟ ପରେ ବେହୋସ ହୋଇଗଲେ ମହିଳା, ଭାଇରାଲ ହେଉଛି ଭିଡିଓ

ବିଶ୍ୱର ଅଧିକାଂଶ ଦେଶରେ କରୋନା ଟିକା କରଣ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । କରୋନାରେ ସର୍ବାଧିକ ଆକ୍ରାନ୍ତ ହୋଇଥିବା ଆମେରିକାରେ ବି ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେଇଯାଇଥିବା ନେଇ ଜଣାଯାଇଛି । କିନ୍ତୁ ଏହି ଟିକା ଯେ କେତେ ମାତ୍ରାରେ ଭରସାଯୋଗ୍ୟ ତାହାର ସଠିକ ଅନୁମାନ ଏଯାବତ ଲଗାଯାଇ ପାରିନାହିଁ । କେତେକଙ୍କ ଠାରେ ପାର୍ଶ୍ଵ ପ୍ରତିକ୍ରିୟା ବି ଦେଖାଉଛି କରୋନା ଟିକା । ନିକଟରେ ଆମେରିକାରେ ହିଁ ଏମିତି ଏକ ସମାନ ଧରଣର ଘଟଣା ଘଟିଛି । ଆମେରିକାର ଟେନେସି ସହରରେ ଏକ ହସ୍ପିଟାଲରେ କାର୍ଯ୍ୟରତ ଜଣେ ନର୍ସଙ୍କୁ କରୋନା ଟୀକା ଦିଆଯାଇଥିଲା । କିନ୍ତୁ ଏହାର କିଛି ସମୟ ପରେ ନର୍ସ ଜଣଙ୍କ ଚେତାଶୂନ୍ୟ ହୋଇ ପଡ଼ିଥିଲେ ।

nurse

ଟ୍ୱିଫେରି ଡୋବର ନାମକ ଏହି ନର୍ସଙ୍କୁ “ଫାଇଜର” କମ୍ପାନୀ ପ୍ରସ୍ତୁତ କୋଭିଡ ଭ୍ୟାକସିନ ଦିଆଯାଇ ଥିବା ନେଇ ଜଣାଯାଇଛି । କିନ୍ତୁ ଏହାର ମାତ୍ର କିଛି ମିନିଟ ପରେ ଏକ ପ୍ରେସ କନ୍ଫରେନ୍ସରେ ଯୋଗ ଦେବା ସମୟରେ ନର୍ସ ଜଣଙ୍କ ବେହୋସ ହୋଇଯାଇଥିଲେ । ହୋସ ଆସିବା ପରେ ଟିଫେରି ଯେମିତି ଅସହଜ ମନେ କରିବା ସହ ତାଙ୍କ ମୁଣ୍ଡ ବି ବୁଲାଇଥିଲା । ଏମିତିକି କିଛି ସମୟ ପର୍ଯ୍ୟନ୍ତ ତାଙ୍କ ମାନସିକ ସନ୍ତୁଳନ ବି ଠିକ ରହିନଥିଲା । ଏହି ଘଟଣାର ଭିଡିଓ ବି ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ।

ଅନ୍ୟପକ୍ଷରେ, ଡାକ୍ତରଙ୍କ ଅନୁଯାୟୀ ନର୍ସ ଟିଫେନିଙ୍କ ବେହୋସ ହେବା ପଛର କାରଣ କରୋନା ଟୀକା ନୁହେଁ । ଶରୀର ଅସୁସ୍ଥ ରହିଲେ ବି ଅଧିକାଂଶ ସମୟରେ ଟିଫେନି ଚେତାଶୂନ୍ୟ ହୋଇଯାନ୍ତି । “ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ଶାନ” ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭେକସିନ ନେବା ପରେ ଅନେକ ଲୋକ ବେହୋସ ହୋଇଯାନ୍ତି । ଏମିତିକି ଅନେକଙ୍କର ମାନସିକ ସ୍ଥିତି ବିଗିଡି ଯାଏ । କେତେକଙ୍କର ମାନସିକ ସ୍ଥିତି ପୂର୍ବବସ୍ଥାକୁ ଫେରୁଥିବା ବେଳେ କେତେକଙ୍କର ସବୁଦିନ ପାଇଁ ବିଗିଡି ଯାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.