କରୋନାରୁ ସୁସ୍ଥ ହେଲେ ଅଭିନେତ୍ରୀ କୃତି ସାନନ୍‌, ଟ୍ଵିଟ୍‌ କରି ଦେଲେ ସୂଚନା

କରୋନାରୁ ସୁସ୍ଥ ହେଲେ ଅଭିନେତ୍ରୀ କୃତି ସାନନ୍‌। ଆଜି ତାଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି। ଏହି ଖୁସି ଖବର କୃତି ନିଜେ ଟ୍ଵିଟ୍‌ କରି ଫ୍ୟାନ୍‌ଙ୍କୁ ଜଣାଇଛନ୍ତି।

କୃତି ଟ୍ଵିଟ୍‌ କରି ଲେଖିଛନ୍ତି, ଆପଣଙ୍କୁ ଏହି ଖବର ଦେଇ ଖୁସି ହେଉଛି ଯେ ମୋ’ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ମୁଁ ବିଏମ୍‌ସିର ଆସିଷ୍ଟାଣ୍ଟ କମିଶନର ମିଷ୍ଟର ବିଶ୍ୱାସ ମୋଟେ ଓ ମୋ ଡାକ୍ତରଙ୍କ ସାହାଯ୍ୟ ଏବଂ ପରାମର୍ଶ ପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଏଥିସହ ଯେଉଁମାନେ ମୋ ସୁସ୍ଥତା କାମନା କରିଥିଲେ, ସେମାନଙ୍କୁ ଧନ୍ୟବାଦ ଜଣାଉଛି।

ପ୍ରକାଶ ଯେ, କୃତି ସାନନ୍‌ କରୋନା ସଂକ୍ରମିତ ହୋଇଥିବା ଖବର ୭ ଡିସେମ୍ବରରେ ସାମ୍ନାକୁ ଆସିଥିଲା। ସେବେ ଠାରୁ ସେ ଆଇସୋଲେସନ୍‌ରେ ରହିଥିଲେ। ଏହା ପରେ କୃତି ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରୁଥିଲେ।

 

View this post on Instagram

 

A post shared by Kriti (@kritisanon)

ଏଥିସହ ଫ୍ୟାନ୍‌ଙ୍କୁ ବ୍ୟସ୍ତ ନ ହେବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.