ରାଜ୍ୟ

ଡିଏନ୍ ଗ୍ରୁପ୍ ଉପରେ IT ରେଡ୍ : ମାଲିକ ଓ କର୍ମଚାରୀଙ୍କୁ ଜେରା ବେଳେ ମିଳିଲା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (କେନ୍ୟୁଜ): ଟିକସ ପାଙ୍କିବା ଅଭିଯୋଗରେ ଡିଏନ ହୋମ୍ସର ହିସାବନିକାଶ ଚାଲିଛି । ମାରାଥନ୍‌ ଖୋଳତାଡ ଚଳାଇଛି ଆୟକର ବିଭାଗ । ୪ ଦିନ ହେବ ରେଡ୍‌ ଚାଲିଥିଲା । ଗତକାଲି କମ୍ପାନୀ ମୁଖ୍ୟ କାର୍ଯ୍ୟାଳୟରେ ମାଲିକ ଜଗଦୀଶ ନାୟକଙ୍କୁ ଜେରା କରିଥିଲେ ଆୟକର ବିଭାଗର ବରିଷ୍ଠ ଅଧିକାରୀ । ପ୍ରଥମେ ଏକାକୀ ଓ ପରେ କମ୍ପାନୀର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ସହ ମୁହାଁମୁହିଁ ଜେରା କରାଯାଇଥିଲା । ଜବତ ହୋଇଥିବା କୋଟି କୋଟି ଟଙ୍କା ଓ ୧୨୦ କୋଟିର ମନି ରିସିପ୍ଟ ବାବଦରେ ପ୍ରଶ୍ନ ପଚାରିଥିଲେ ଅଧିକାରୀ । କେବେଠାରୁ ଟିକସ ଫାଙ୍କିଛନ୍ତି ? କେତେ ପରିମାଣର ଟ୍ୟାକ୍ସ ଫାଙ୍କିଛନ୍ତି ? ବେନାମୀ ଟଙ୍କାର ସୂତ୍ର କଣ ? କେଉଁଠୁ ଆସିଥିଲା ଏତେ ପରିମାଣର ଟଙ୍କା ? କର୍ମଚାରୀଙ୍କ ଘରୁ ଜବତ କୋଟି କୋଟି ଟଙ୍କା ଆସିଲା କୁଆଡୁ ।

ଏମିତି ଅନେକ ପ୍ରଶ୍ନ ଜଗଦୀଶ ନାୟକଙ୍କ ପାଖରୁ ବାହାର କରିଛି ଆୟକର ବିଭାଗ । ଜେରା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଧିକାରୀଙ୍କ ହାତରେ ଲାଗିଥିବା ଜଣାପଡ଼ିଛି । ୧୫ ଜଣିଆ ଟିମ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି । କାର୍ଯ୍ୟାଳୟରୁ ଜବତ ପେନ୍‌ଡ୍ରାଇଭ,ଲାପ୍‌ଟପ୍‌, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ହାର୍ଡ ଡିସ୍କର ବି ଯାଞ୍ଚ ହୋଇଛି । ଅନ୍ୟପଟେ ଆୟର ଉତ୍ସ ଦେଖାଇ ନପାରିଲେ ଏହା ବେଆଇନ ଆୟ ବୋଲି ଜଣାପଡିବ । ଏହି ଟଙ୍କା ଉପରେ ଟିକସ, ପେନାଲଟି, ସୁଧ ଆଦିକୁ ମିଶାଇ ଆଦାୟ କରିବ ଆୟକର ବିଭାଗ । ଅଧିକ ଖୋଳତାଡ଼ ପାଇଁ ଆସନ୍ତା ସପ୍ତାହରେ ଡିଏନ ହୋମ୍ସରେ ପଶିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅନ୍ୟପଟେ ପ୍ରତିକ୍ରିୟାରେ ଡିଏନ୍‌ ଗ୍ରୁପ ମୁଖ୍ୟ ଜଗଦୀଶ ନାୟକ କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପୂର୍ଣ୍ଣ ମିଛ ।

 

Barsha

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

6 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

6 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

7 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

8 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

9 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

9 hours ago