ରାଜ୍ୟ

ଡ. ଇତି ସାମନ୍ତଙ୍କ ମନ୍ମୟ-ପ୍ରବନ୍ଧ ପୁସ୍ତକ ମହୀୟସୀ ଗରୀୟସୀ ଭାରତୀୟ ନାରୀ ପ୍ରତିମାର ଆଲୋଚନା ଆସର

ଭୁବନେଶ୍ୱର (କେନ୍ୟୁଜ୍‌) : ଭାରତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଭାରତୀୟ ଜୀବନଧାରାକୁ ବହୁମୁଖୀ ଅବଦାନ ଦେଇ ୠଦ୍ଧିମନ୍ତ କରିଥିବା ଅଥଚ ଅନାବିଷ୍କୃତ ଓ ଅନାଲୋଚିତ ହୋଇ ଜାତୀୟ ସ୍ମୃତିରୁ କ୍ରମଶଃ ଦୂରେଇ ଯାଉଥିବା ନାରୀ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ସହିତ କାଦମ୍ବିନୀ ସମ୍ପାଦିକା ଓ ସୁସାହିତ୍ୟିକା ଡ. ଇତି ସାମନ୍ତଙ୍କ ମନ୍ମୟ-ପ୍ରବନ୍ଧ ପୁସ୍ତକ ମହୀୟସୀ ଗରୀୟସୀ ଭାରତୀୟ ନାରୀ ପ୍ରତିମା ଉଚିତ ସମୟରେ ଏକ ଉଚିତ ଅବଦାନ । ଏହି ପୁସ୍ତକ ଭାରତୀୟ ସାହିତ୍ୟର ଏ ସ୍ମରଣୀୟ ଗ୍ରନ୍ଥ ହୋଇ ରହିବ ବୋଲି ଆଜି ସ୍ଥାନୀୟ ରୋଟାରୀ ଭବନରେ ଆୟୋଜିତ ଆଲୋଚନା ଆସରରେ ଯୋଗ ଦେଇ ଅତିଥିଗଣ ମତ ପ୍ରକାଶ କରିଛନ୍ତି ।

ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପ୍ରକାଶନ ସଂସ୍ଥା ‘ବ୍ଲାକ ଇଗଲ ବୁକ୍ସ’ ପକ୍ଷରୁ ଆୟୋଜିତ କାଦମ୍ବିନୀ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ଡ. ଇତି ସାମନ୍ତଙ୍କ ମନ୍ମୟ ପ୍ରବନ୍ଧ ପୁସ୍ତକ ମହୀୟସୀ ଗରୀୟସୀ ଭାରତୀୟ ନାରୀ ପ୍ରତିମାର ଏହି ଆଲୋଚନା ଆସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଜ୍ଞାନପୀଠ ପୁରସ୍କାର ବିଜୟିନୀ ସୁଖ୍ୟାତ ସାହିତ୍ୟିକା ପଦ୍ମଭୂଷଣ ଡ. ପ୍ରତିଭା ରାୟ, ବିଶିଷ୍ଟ ସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡ. ଗୌରହରି ଦାସ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଏସ୍‌ଆରଏଫ୍‌ଟିଆଇର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ, ବିଶିଷ୍ଟ ଗାଳ୍ପିକା ଡ. ହିରଣ୍ମୟୀ ମିଶ୍ର ଏବଂ ବିଶିଷ୍ଟ ଭାଷା ଗବେଷକ ଡ. ଦେବାଶିଷ ମହାପାତ୍ର ଯୋଗ ଦେଇଥିଲେ ।

ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ଡ. ଇତି ସାମନ୍ତଙ୍କ ଏପରି ଏକ ପୁସ୍ତକ ଦେଶ ପାଇଁ ଉଚିତ ସମୟରେ ଉଚିତ ଅବଦାନ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ଏସ୍‌ଆରଏଫ୍‌ଟିଆଇର ନିର୍ଦ୍ଦେଶକ ହିମାଂଶୁ ଖଟୁଆ । ପୁସ୍ତକ ସମ୍ପର୍କରେ ଆଲୋଚନା କରି ପଦ୍ମଭୂଷଣ ଡ. ପ୍ରତିଭା ରାୟ କହିଲେ ଯେ ନିଜର ସମ୍ପାଦକୀୟକୁ ନେଇ ପୁସ୍ତକ ଆକାରରେ ପ୍ରକାଶ କରିବାରେ ଡ. ହରେକୃଷ୍ଣ ମହତାବଙ୍କ ପରେ ଡ. ଇତି ସାମନ୍ତଙ୍କ ପ୍ରୟାସ ବେଶ୍‌ ଉଲ୍ଲେଖନୀୟ । ଏଥିପାଇଁ ସେ ଡ. ସାମନ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଗତ ତିନି ବର୍ଷ ଧରି ଡ. ଇତି ସାମନ୍ତ କାଦମ୍ବିନୀର ସମ୍ପାଦକୀୟ ପୃଷ୍ଠାରେ ଏସବୁ ଲେଖୁଥିଲେ । ଏହି ପୁସ୍ତକଟିରେ ଲେଖିକା ଯେପରି ଭାବରେ ଭାରତ ବର୍ଷର ବହୁ ବିସ୍ମୃତ ନାରୀ ପ୍ରତିଭାମାନଙ୍କୁ ଏକତ୍ର କରିଛନ୍ତି ତାହା ଏକ ନିଆରା ପ୍ରୟାସ । ଏଥିରେ ଲେଖିକାଙ୍କ ଆଭିମୁଖ୍ୟ, ନିଷ୍ଠା ଓ ବିଚାର ସ୍ପଷ୍ଟ ବୋଲି ସେ କହିଥିଲେ । ସେହିପରି ଡ. ସାମନ୍ତଙ୍କ ରଚିତ ଏହି ପୁସ୍ତକଟି ଭାରତୀୟ ସାହିତ୍ୟରେ ଏକ ଅମୂଲ୍ୟ ସମ୍ପଦ ବୋଲି ଅନ୍ୟ ଅତିଥିମାନେ ପ୍ରକାଶ କରିଥିଲେ ।

ପୁସ୍ତକର ଲେଖିକା ଡ. ଇତି ସାମନ୍ତ ନିଜର ଲେଖକୀୟ ବକ୍ତବ୍ୟରେ ଏହି ନାରୀ ପ୍ରତିଭାମାନଙ୍କ ଆଲୋଚ୍ୟ ପ୍ରସ୍ତୁତିରେ ନିଜର ଗବେଷଣା ଓ ଭାବପ୍ରବଣତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ନିଜର ଲେଖକୀୟ ଜୀବନରେ ସେ ୨୫ ଖଣ୍ଡରୁ ଅଧିକ ପୁସ୍ତକ ରଚନା କରିଥିଲେ ମଧ୍ୟ ଏହି ମନ୍ମୟ ପ୍ରବନ୍ଧ ପୁସ୍ତକ ତାଙ୍କୁ ବିଶେଷ ଆତ୍ମସନ୍ତୋଷ ଦେଇଛି ବୋଲି ଡ. ଇତି ସାମନ୍ତ କହିଥିଲେ । କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ ‘ବ୍ଲାକ ଇଗଲ ବୁକ୍ସ’ର ଭାରତ ମୁଖ୍ୟ ଅଶୋକ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ସଞ୍ଚାଳନ କରିଥିଲେ ଅମିତାଭ ଖିଲାର ଓ ଅମ୍ରିତା ମହାନ୍ତି । ଏଥିର ଅନେକ କବି, ଲେଖକ, ପାଠକ ଏବଂ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।

KNews Bureau

Recent Posts

ନିଖୋଜ ଥିଲେ ଏବେ ଜଙ୍ଗଲରୁ ମୃତ ଦେହ ଉଦ୍ଧାର, ହତ୍ୟା କରାଯାଇଥିବା ସନ୍ଦେହ

ଆଠଗଡ(କେନ୍ୟୁଜ୍‌) : ଆଠଗଡ଼ ଥାନା ଅନ୍ତର୍ଗତ ଗୋପୀବଲ୍ଲଭ ପୁର ସିଜୁ ମୁଣ୍ଡିଆ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର…

12 seconds ago

ମୁମ୍ବାଇ: ଛକ୍କା ମାରି ହଠାତ୍‌ ତଳେ ପଡ଼ିଗଲେ ଯୁବକ, ହୃଦ୍‌ଘାତରେ ହେଲା ମୃତ୍ୟୁ

କ୍ରିକେଟ୍‌ ଖେଳିବା ସମୟରେ ହଠାତ୍‌ ଆସିଲା ହୃଦ୍‌ଘାତ । ଫଳରେ ସେଇଠି ହିଁ ଟଳିପଡ଼ିଲେ ଯୁବକ । ଘଟଣା ଘଟିଛି…

19 mins ago

କେବେ ଆରମ୍ଭ ହୋଇଥିଲା World Bicycle Day? ଜାଣନ୍ତୁ କ’ଣ ଥିଲା ଏହାର ଉଦ୍ଦେଶ୍ୟ

ସାଇକେଲ ଚଳାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । ସେଥିପାଇଁ ପ୍ରତିବର୍ଷ ବିଶ୍ୱ ସାଇକେଲ ଦିବସ ଆଜି ଅର୍ଥାତ୍…

20 mins ago

ଟି୨୦ ବିଶ୍ୱକପ : ଅଧିନାୟକ ରୋହିତ ଶର୍ମାଙ୍କ ଫଟୋକୁ ନେଇ କରାଯାଇଛି କଦର୍ଥ, ଫ୍ୟାନ୍‌ ଦେଲେ ମୁହଁତୋଡ ଜବାବ

ଆଇସିସି ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ ହୋଇଛି । ଲଗାତାର ଦ୍ୱିତୀୟ ଥର ପାଇଁ ରୋହିତ ଶର୍ମା ଭାରତୀୟ ଟିମର…

43 mins ago

ହସପିଟାଲ ବେଡରୁ ଦୁବାଇ ପାର୍ଟିରେ ପହଞ୍ଚିଲେ ରାକ୍ଷୀ ! ଫ୍ୟାନ୍ସ କଲେ ଟ୍ରୋଲ

ରାକ୍ଷୀ ସାୱନ୍ତ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି…

57 mins ago

ଗୋଟିଏ ମିନିଟରେ ହେବ ସ୍ମାର୍ଟଫୋନ ଚାର୍ଜ, ଆସିଲା ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି

ସ୍ମାର୍ଟଫୋନ୍ ଓ ଇଲେକ୍ଟ୍ରିକ୍‌ ଗାଡ଼ି ର ଆବଶ୍ୟକତା ଆମ ଜୀବନରେ ବଢ଼ିବାରେ ଲାଗିଛି । ଏହି ସ୍ମାର୍ଟଫୋନ ଓ ଇଲେକ୍ଟ୍ରିକ୍‌…

1 hour ago