ଆଠଗଡ଼: ଶୋକାକୁଳ ପରିବେଶ ଭିତରେ ଗାଁ ଶ୍ମଶାନରେ ଜଳିଲା ଜବାନଙ୍କ ଜୁଇ। ଗତକାଲି ରାତି ପ୍ରାୟ ୯ଟା ୩୦ରେ ଗାଁରେ ପହଞ୍ଚିଥିଲା ଓଡ଼ିଆ ଜବାନ୍ ଯଜ୍ଞନାରାୟଣ କରଙ୍କ ପାର୍ଥିବ ଶରୀର। ଗାଁରେ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ। ଏହାପରେ ସ୍ଥାନୀୟ ପ୍ରଶସାନ, ପୋଲିସ ଓ ସେନାବିଭାଗର କର୍ମଚାରୀ ଆଠଗଡ଼ ପାଟଣା ଗାଁରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହାପରେ ଗାଁ ପରିକ୍ରମା କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଭାରତ-ଚୀନ ସୀମାନ୍ତରେ ଭାରତୀୟ ଯବାନଙ୍କ ଜିପ୍ ଦୁର୍ଘଟଣାରେ ସହିଦ୍ ହୋଇଥିଲେ ଗଞ୍ଜାମ ଜିଲ୍ଲା ଆଠଗଡ଼ପାଟଣା ଗାଁର ଓଡିଆ ଯବାନ୍ ଯଜ୍ଞ ନାରାୟଣ କର। ଗତ ୩ ବର୍ଷ ହେବ ସେ ସେନା ବିଭାଗରେ ଚାକିରୀ ପାଇଥିଲେ। ଗତବର୍ଷ ତାଙ୍କର ବିବାହ ହୋଇଥିଲା। ଏବେ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ସାରା ପରିବାର।
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…