ଶୋକାକୁଳ ପରିବେଶ ଭିତରେ ଗାଁ ଶ୍ମଶାନରେ ଜଳିଲା ଜବାନ ଯଜ୍ଞନାରାୟଣଙ୍କ ଜୁଇ, ଗତବର୍ଷ ହୋଇଥିଲା ତାଙ୍କର ବିବାହ

ଆଠଗଡ଼: ଶୋକାକୁଳ ପରିବେଶ ଭିତରେ ଗାଁ ଶ୍ମଶାନରେ ଜଳିଲା ଜବାନଙ୍କ ଜୁଇ। ଗତକାଲି ରାତି ପ୍ରାୟ ୯ଟା ୩୦ରେ ଗାଁରେ ପହଞ୍ଚିଥିଲା ଓଡ଼ିଆ ଜବାନ୍‌ ଯଜ୍ଞନାରାୟଣ କରଙ୍କ ପାର୍ଥିବ ଶରୀର। ଗାଁରେ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ। ଏହାପରେ ସ୍ଥାନୀୟ ପ୍ରଶସାନ, ପୋଲିସ ଓ ସେନାବିଭାଗର କର୍ମଚାରୀ ଆଠଗଡ଼ ପାଟଣା ଗାଁରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହାପରେ ଗାଁ ପରିକ୍ରମା କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଭାରତ-ଚୀନ ସୀମାନ୍ତରେ ଭାରତୀୟ ଯବାନଙ୍କ ଜିପ୍‌ ଦୁର୍ଘଟଣାରେ ସହିଦ୍‌ ହୋଇଥିଲେ ଗଞ୍ଜାମ ଜିଲ୍ଲା ଆଠଗଡ଼ପାଟଣା ଗାଁର ଓଡିଆ ଯବାନ୍‌ ଯଜ୍ଞ ନାରାୟଣ କର। ଗତ ୩ ବର୍ଷ ହେବ ସେ ସେନା ବିଭାଗରେ ଚାକିରୀ ପାଇଥିଲେ। ଗତବର୍ଷ ତାଙ୍କର ବିବାହ ହୋଇଥିଲା। ଏବେ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ସାରା ପରିବାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.