ଯଦୁପୁର ନାବାଳିକା ମର୍ଡର ମିଷ୍ଟ୍ରିର ଖୁଲାସା: ହତ୍ୟା ପରେ ଦୁଷ୍କର୍ମ ଉଦ୍ୟମ କରିଥିଲା ଅଭିଯୁକ୍ତ, ଜଳ ନିଷ୍କାସନ ପରେ ପୋଖରୀରୁ ମିଳିଲା ଲେଗିଙ୍ଗସ୍‌

ନୟାଗଡ଼ : ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲା । ପୋଖରୀରୁ ଜଳ ନିଷ୍କାସନ ପରେ ଜବତ ହେଲା ମୃତ ନାବାଳିକାର ଲେଗିଙ୍ଗସ୍‌ । ଗତକାଲି ସକାଳୁ ଘର ପାଖ ପୋଖରୀରୁ ଓଡ୍ରାଫ୍‌ ଟିମ୍‌ ସହାୟତାରେ ପାଣି ନିଷ୍କାସନ ପ୍ରକ୍ରିୟା ଜାରି ରଖିଥିଲା ଏସ୍‌ଆଇଟି । ଦୀର୍ଘ ୧୭ ଘଣ୍ଟା ପରେ ମୃତ ନାବାଳିକାର ଲେଗିଙ୍ଗସ୍‌ ଜବତ କରିଛି ଏସ୍‌ଆଇଟି ।

ସେହି ଲେଗିଙ୍ଗସଟି ପଲିଥିନ ଭିତରେ ରହିଥିଲା। ପରୀ ମର୍ଡର ମିଷ୍ଟ୍ରି ଉପରୁ ଗତକାଲି ପରଦା ହଟାଇଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ନାବାଳିକାକୁ ହତ୍ୟା ପରେ ଦୁଷ୍କର୍ମ ଉଦ୍ୟମ କରିଥିଲା ଅଭିଯୁକ୍ତ ସରୋଜ ସେଠୀ । ସେ ହିଁ ମୁଖ୍ୟ ଅଭିଯୁକ୍ତ । ସେ ସବୁଦିନ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖୁଥିଲା । ମୋବାଇଲରେ ଛୋଟ ପିଲାଙ୍କ ଅଶ୍ଳୀଳ ଭିଡିଓ ଦେଖେ ।

sitଜଘନ୍ୟକାଣ୍ଡ ଘଟାଇବାର ପୂର୍ବ ଦିନ ସାରା ରାତି ସରୋଜ ଦେଖିଥିଲା ଅଶ୍ଳୀଳ ଭିଡିଓ । ଦୁଷ୍କର୍ମ ଉଦ୍ୟମ ବେଳେ ପାଟି କରିବାରୁ ତଣ୍ଟି ଚିପି ହତ୍ୟା କରିଥିଲା । ମୃତଦେହ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ । ସେପଟେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଇ ତନାଘନା ଚଲାଇଛି ପୋଲିସ। ଆଜି ତାର ରିମାଣ୍ଡର ଦ୍ୱିତୀୟ ଦିନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.