Below header

ସମ୍ବାଇ ପଞ୍ଚାୟତର ସୁନାବେଡା ଠାରେ ସୀମା ବିବାଦର ହେବ ସ୍ଥାୟୀ ସମାଧାନ, ଆଜି ଏକାଠି ହେବେ ଆନ୍ଧ୍ର ଓ କୋରାପୁଟ ପ୍ରଶାସନ

କୋରାପୁଟ : କୋରାପୁଟ ସମ୍ବାଇ ପଞ୍ଚାୟତର ସୁନାବେଡା ଠାରେ ସୀମା ବିବାଦର ହେବ ସ୍ଥାୟୀ ସମାଧାନ । ଆଜି ଏକାଠି ହେବେ ଆନ୍ଧ୍ର ଓ କୋରାପୁଟ ପ୍ରଶାସନ । ଏନେଇ ସମ୍ବାଇ ସୀମାନ୍ତରେ ସୀମା ସ୍ଥିତି ଅନୁଧ୍ୟାନ କରିଛନ୍ତି କୋରାପୁଟ ଜିଲ୍ଲାପାଳ । ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲା ପାଡେରୁ ITDA ର PA ଭେଙ୍କଟେଶ ସୈଲଜା ମଲ୍ଲ କୋରାପୁଟ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇଛନ୍ତି ।

କୋରାପୁଟ ଜିଲ୍ଲାପ୍ରଶାସନ ମଧ୍ୟ ସୀମାରେ ଉପସ୍ଥିତ ରହିବା ନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଗୋଟାଏ ଦିନ ପୁର୍ବରୁ ସୀମାନ୍ତରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି କୋରାପୁଟ ଜିଲ୍ଲାପାଳ । ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ୟାର ସମାଧାନ କରାଯିବ । ଅକ୍ଟୋବର ୧୦ ତାରିଖରେ ସମ୍ବାଇ ପଞ୍ଚାୟତର ସୁନାବେଡା,ଜାମୁଗୁଡା ଗ୍ରାମବାସୀଙ୍କ ସହ ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ରହୁଥୁବା କୋଇଲାପୁଟ, ବଡ ଡେକାପାଡୁ ସମେତ ୫ଖଣ୍ଡ ଗ୍ରାମବାସୀଙ୍କ ମଧ୍ୟରେ ଜଙ୍ଗଲ ଜମିକୁ ନେଇ ବିବାଦ ଦେଖାଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.