ରିଲିଜ୍‌ ହେଲା ନେହା କକ୍କଡ ଏବଂ ରୋହନ ପ୍ରୀତଙ୍କ ନୂଆ ଗୀତ ‘ଖ୍ୟାଲ ରକ୍ଷା କର’, ସୋସିଆଲ ମିଡିଆରେ ହେଉଛି ଟ୍ରେଣ୍ଡ୍‌

ବଲିଉଡ୍‌ ର ସିଙ୍ଗିଙ୍ଗ୍‌ କ୍ୱିନ୍‌ ନେହା କକ୍କଡ ଏବଂ ରୋହନପ୍ରୀତ ସିଂହଙ୍କ ନୂଆ ଗୀତ ‘ଖ୍ୟାଲ ରକ୍ଷା କର’ ରିଲିଜ୍‌ ହୋଇଛି। ଏହି ଗୀତକୁ ନେଇ ଦର୍ଶକ ମଧ୍ୟ ଖୁବ୍‌ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି। ଏହି ଗୀତରେ ନେହା ପ୍ରେଗନାଣ୍ଟ ଥିବା ମହିଳାଙ୍କ ଭୂମିକାରେ ଅଭିନୟ କରୁଥିବାର ନଜର ଆସୁଥିବା ବେଳେ ରୋହନପ୍ରୀତ ତାଙ୍କର ଦେଖାଶୁଣା କରୁଥିବାର ଦେଖିବାକୁ ପାଇବେ। ଏହି ଗୀତରେ ନେହା କେବେ ଛୋଟ ପିଲା ତ କେବେ ମା’ ଭୂମିକାରେ ଅଭିନୟ କରୁଥିବାର ନଜର ଆସିଛନ୍ତି। ଦୁଇଟି ଯାକ ଚରିତ୍ରରେ ନେହା ଖୁବ୍‌ କ୍ୟୁଟ୍‌ ମଧ୍ୟ ଦେଖାଯାଉଛନ୍ତି।

neha-kakkarସିଙ୍ଗର ନେହା କକ୍କଡଙ୍କ ଗୀତ ‘ଖ୍ୟାଲ ରକ୍ଷା କର’ ରିଲିଜ୍‌ ହେବା ପରେ ହିଁ ଫ୍ୟାନ୍ସମାନଙ୍କ ଠାରୁ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ଗୀତ ନେହା କକ୍କର ବୋଲିଥିବା ବେଳେ ଲିରିକ୍ସ ବାବୁ ଲେଖିଛନ୍ତି।

video courtesy: Desi Music Factory

ସୂଚନାଯୋଗ୍ୟ ନେହା କକ୍କଡ ଏବଂ ରୋହନପ୍ରୀତ ସିଂହଙ୍କ ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୨ ହଜାରରୁ ଅଧିକ ଥର ଦେଖାଯାଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.