ଜଳେଶ୍ୱର ଜାମଶୁଳୀ ଛକରେ ଥିବା ଇଣ୍ଡିକ୍ୟାସ୍‌ ATMକୁ ଗ୍ୟାସ କଟରରେ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜଳେଶ୍ୱର : ପୁଣି ATM ଭାଙ୍ଗି ଟଙ୍କା ଲୁଟ୍‌ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସିଂଲା ଥାନା ଜାମଶୁଳୀ ଛକରେ ଥିବା ଇଣ୍ଡିକ୍ୟାସ୍‌ ATMରୁ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଗ୍ୟାସ କଟରରେ ATM ଭାଙ୍ଗି ଟଙ୍କା ଲୁଟ୍‌ କରିଛନ୍ତି । ତେବେ ATMରୁ କେତେ ପରିମାଣର ଟଙ୍କା ଲୁଟ ହୋଇଛି, ତାହା ଜଣାପଡିନାହିଁ । ଘଟଣା ସ୍ଥଳରେ ସିଂଲା ଥାନା ପୋଲିସ୍‌ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.