କଳାହାଣ୍ଡି(କେନ୍ୟୁଜ୍): ମଣ୍ଡିରେ ପଡିଛି ଧାନ ବସ୍ତା । ବର୍ଷା ପାଣିରେ ଭିଜି ଗଜା ହୋଇଗଲାଣି ଧାନ, ହେଲେ ମଣ୍ଡିରୁ ଉଠିପାରୁନାହିଁ । କେଉଁଠି ମିଲର୍ସ ଆସୁନାହାନ୍ତି ତ କେଉଁଠି ନକଲି ରସିଦ୍ କାଟି ଧାନ ନେଉଥିବା ଚାଷୀ ଅଭିଯୋଗ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଳା ମଣ୍ଡି ଓ ବରଗଡ ଜିଲ୍ଲା ପପଙ୍କା ବଜାରରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ବିକ୍ରି ପାଇଁ ନିର୍ଭର କରନ୍ତି ୮ଟି ଗାଁର ଚାଷୀ । ଚଳିତ ରବି ଋତୁରେ ସମୁଦାୟ ୨୧୮ ଜଣ ଚାଷୀ ଧାନ ବିକ୍ରି କରିବାକୁ ଟୋକନ ପାଇ ସମବାୟ ସମିତିରେ ଆବେଦନ କରିଥିଲେ । ହେଲେ ଏବେ ମଧ୍ୟ କେତେ ଚାଷୀଙ୍କ ଧାନ ମଣ୍ଡିରେ ପଡିରହିଛି । ସେପଟେ ଟାର୍ଗେଟ ଅନୁଯାୟୀ ଧାନ ଉଠାଯାଇଛି ଆଉ ଟାର୍ଗେଟ ଦେଲେ ଧାନ କିଣାଯିବ ବୋଲି ସମବାୟ ସମିତି ଅଧିକାରୀ କହିଛନ୍ତି । ବରଗଡ ଜିଲ୍ଲା ଭେଡେନ ବ୍ଲକ ପପଙ୍କା ବଜାରରେ ୨୫ ଦିନ ହେଲା ପଡିଛି ଧାନ । ଧାନରେ ଘୋଡାଯାଇଥିବା ଜରିପାଲ ଉପରେ ପାଣି ଜମିବା ସହ ଧାନ ଗଜା ହୋଇଗଲାଣି । ଅସାଧୁ ଉପାୟରେ ବ୍ୟବସାୟୀ ଓ ମିଲର୍ସ ମିଶି ମଣ୍ଡିରୁ ନକଲି ରସିଦ୍ କାଟି ଧାନ ନେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ସେପଟେ ପପଙ୍ଗ ବଜାର ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହେବା ସହ ଆଉ ଅଳ୍ପ ଦିନରେ ଆହୁରି ୪ଲକ୍ଷ ୫୦ହଜାର ପ୍ୟାକେଟ୍ ଧାନ କିଣାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…