କଳାହାଣ୍ଡି: ମଣ୍ଡିରେ ବସ୍ତା ବସ୍ତା ଧାନ ବର୍ଷାରେ ଭିଜି ହୋଇଗଲାଣି ଗଜା

କଳାହାଣ୍ଡି(କେନ୍ୟୁଜ୍): ମଣ୍ଡିରେ ପଡିଛି ଧାନ ବସ୍ତା । ବର୍ଷା ପାଣିରେ ଭିଜି ଗଜା ହୋଇଗଲାଣି ଧାନ, ହେଲେ ମଣ୍ଡିରୁ ଉଠିପାରୁନାହିଁ ।  କେଉଁଠି ମିଲର୍ସ ଆସୁନାହାନ୍ତି ତ କେଉଁଠି ନକଲି ରସିଦ୍‌ କାଟି ଧାନ ନେଉଥିବା ଚାଷୀ ଅଭିଯୋଗ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଳା ମଣ୍ଡି ଓ ବରଗଡ ଜିଲ୍ଲା ପପଙ୍କା ବଜାରରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ବିକ୍ରି ପାଇଁ ନିର୍ଭର କରନ୍ତି ୮ଟି ଗାଁର ଚାଷୀ । ଚଳିତ ରବି ଋତୁରେ ସମୁଦାୟ ୨୧୮ ଜଣ ଚାଷୀ ଧାନ ବିକ୍ରି କରିବାକୁ ଟୋକନ ପାଇ ସମବାୟ ସମିତିରେ ଆବେଦନ କରିଥିଲେ । ହେଲେ ଏବେ ମଧ୍ୟ କେତେ ଚାଷୀଙ୍କ ଧାନ ମଣ୍ଡିରେ ପଡିରହିଛି । ସେପଟେ ଟାର୍ଗେଟ ଅନୁଯାୟୀ ଧାନ ଉଠାଯାଇଛି ଆଉ ଟାର୍ଗେଟ ଦେଲେ ଧାନ କିଣାଯିବ ବୋଲି ସମବାୟ ସମିତି ଅଧିକାରୀ କହିଛନ୍ତି । ବରଗଡ ଜିଲ୍ଲା ଭେଡେନ ବ୍ଲକ ପପଙ୍କା ବଜାରରେ ୨୫ ଦିନ ହେଲା ପଡିଛି ଧାନ । ଧାନରେ ଘୋଡାଯାଇଥିବା ଜରିପାଲ ଉପରେ ପାଣି ଜମିବା ସହ ଧାନ ଗଜା ହୋଇଗଲାଣି । ଅସାଧୁ ଉପାୟରେ ବ୍ୟବସାୟୀ ଓ ମିଲର୍ସ ମିଶି ମଣ୍ଡିରୁ ନକଲି ରସିଦ୍‌ କାଟି ଧାନ ନେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ସେପଟେ ପପଙ୍ଗ ବଜାର ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ ହେବା ସହ ଆଉ ଅଳ୍ପ ଦିନରେ ଆହୁରି ୪ଲକ୍ଷ ୫୦ହଜାର ପ୍ୟାକେଟ୍‌ ଧାନ କିଣାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.