ସାଓମୀ ଟିଭି ପରେ ଏବେ ଖୁବ୍‌ ଶୀଘ୍ର ବଜାରକୁ ଆସୁଛି ଓ୍‌ବାନପ୍ଳସ ସ୍ମାର୍ଟଟିଭି

ନୂଆଦିଲ୍ଲୀ : ସ୍ମାର୍ଟଫୋନର ପ୍ରିମିୟମ୍‌ ସେଗମେଣ୍ଟରେ ନିଜର ଛାପ ଛାଡିବା ପରେ ଚାଇନା କମ୍ପାନୀ ଓ୍‌ବାନପ୍ଳସ ଭାରତରେ ସ୍ମାର୍ଟଟିଭି ଲଞ୍ଚ କରିବାକୁ ଯାଉଛି। ତେବେ କମ୍ପାନୀ ଏନେଇ କେବଳ ସୂଚନା ଦେଇଥିବା ବେଳେ ଖୁବ ଶୀଘ୍ର ଏହା ଭାରତରେ ଲଞ୍ଚ କରିବ ବୋଲି ଶୁଣିବାକୁ ମିଳିଛି।

ଆଧିକାରୀକ ଭାବେ କମ୍ପାନୀ ଲଞ୍ଚ ଡେଟର ଘୋଷଣା କରିନାହିଁ। କିନ୍ତୁ କିଛି ବିଶେଷସୂତ୍ରରୁ ଜଣାପଡିଛି, ଓ୍ଵାନପ୍ଳାସ୍‌ ଟିଭିର ଲଞ୍ଚ ଚଳିତବର୍ଷ ଶେଷ ଅଥବା ୨୦୨୦ ମସିହା ଆରମ୍ଭ ବେଳକୁ ହୋଇପାରେ । କେବଳ ଏହା ଲଞ୍ଚିଂ ଛଡ଼ା କମ୍ପାନୀ ଏନେଇ କୌଣସି ସ୍ପେସିଫିକେସନ୍‌ ବିଷୟରେ ମଧ୍ୟ ଘୋଷଣା କରିନାହିଁ।

oneplus-tv

ତେବେ ଓ୍‌ବାନପ୍ଳସର ଏହି ଟିଭି ଏମଆଇ ଟିଭିକୁ କଡ଼ା ଟକ୍କର ଦେବ ବୋଲି କୁହାଯାଉଛି। ତେବେ ଓ୍ଵାନପ୍ଳସ ସ୍ମାର୍ଟଟିଭି ସଂପୂର୍ଣ୍ଣ ଏଚଡି ରହିବ ବୋଲି କୁହାଯାଉଛି ଏଥିସହ ଏହାର ମୂଲ୍ୟ ମଧ୍ୟ ବଜେଟଫ୍ରେଣ୍ଡଲି ରହିବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.