ରାଜ୍ୟ

ଦୀର୍ଘ ୭୪ ବର୍ଷ ହେବ ଏଠାରେ ଜାତି,ଧର୍ମ,ବର୍ଣ୍ଣ ନିର୍ବୀଶେଷରେ ହିନ୍ଦୁ ଓ ମୁସଲମାନ ମିଶି ପାଳନ କରିଥାନ୍ତି କାଳୀ ପୂଜା

ଆଳି: ଆମ ଓଡିଶା,ସତରେ ଭାରି ସୁନ୍ଦର । ଏଠାକାର ଚାଲିଚଳନ, ଭାଷା ଆଉ ପୂଜାପର୍ବାଣୀ କଥା ଖୁବ୍ ନିଆରା । ବାର ମାସରେ ଏଠାରେ ତେର ପର୍ବ ଖୁବ୍ ଧୂମଧାମରେ ପାଳିତ ହୁଏ। ସେଥି ମଧ୍ଯରୁ କାଳୀ ପୂଜା ଅନ୍ଯତ୍ତମ । ଆପଣ ଜାଣିଥିବେ ବର୍ତ୍ତମାନ କରୋନା କଟକଣା ଫିକା ପକାଇ ଦେଇଛି ପାର୍ବଣ ଋତୁକୁ। ତଥାପି ପରମ୍ପରାକୁ ବଜାୟ ରଖିବା ପାଇଁ ଯଥା ବିଧି ଅନୁଯାୟୀ ନିରାଡମ୍ବର ଭାବେ ସବୁ ପୂଜା ପାଳନ କରାଯାଉଛି ।

ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଓଳାଭର ଠାରେ ଥିବା ଯୁବକ ସଙ୍ଘ ପକ୍ଷରୁ ନିଆରା ଢଙ୍ଗରେ ପାଳିତ ହେଉଛି କାଳୀପୂଜା ଉତ୍ସବ। ଗତ ୧୪ ତାରିଖରୁ ଏହି ପୂଜା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୨ ତାରିଖରେ ଶେଷହେବ। ବିଶେଷ କରି ଓଳାଭର କାଳୀପୂଜାର ସୋତନ୍ତ୍ରତା ହୋଇଛି , ଦୀର୍ଘ ୭୪ ବର୍ଷ ହେବ ଜାତି ଧର୍ମ ବର୍ଣ୍ଣ ନିର୍ବୀଶେଷରେ ହିନ୍ଦୁ ଓ ମୁସଲମାନ ଭାଇ ମାନେ କାଳୀପୂଜା ଉତ୍ସବକୁ ପାଳନ କରିଆସୁଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନେ ମାଙ୍କ ପୂଜାର୍ଚନା କରୁଛନ୍ତି।

ଏବର୍ଷ କିନ୍ତୁ ମହାମାରୀ କରୋନା ପାଇଁ ସରକାରୀ କଟକଣା କାଳୀପୂଜାରେ ଲଗାମ ଲଗାଇଛି । ସାଜ ସଜା ଆଗ ଅପେକ୍ଷା ଫିକା ପଡିଛି । ବାଜା ବଜଣା ଠପ୍ ହୋଇଛି। ଆଲୋକ ମାଳା ଓ ତ୍ୱରଣର ଦେଖାନାହିଁ । ତଥାପି ଭାବ ଓ ଭକ୍ତିରେ ମଳିନ ପଡିନି ମା’ ଙ୍କ ପୂଜା, ଏହି କାଳୀପୂଜା ଉତ୍ସବକୁ ଓଳାଭର ଯୁବକ ସଙ୍ଘ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରି ଆସୁଛନ୍ତି।

 

Sonalisa

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

10 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

25 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

35 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

46 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago