Categories: ରାଜ୍ୟ

ମହାକାଳପଡ଼ା ନେପାଣିଆଠାରେ ଡଙ୍ଗା ବୁଡ଼ି ଘଟଣା , ନିଖୋଜ ଥିବା ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା(କେନ୍ୟୁଜ୍) : କେନ୍ଦ୍ରାପଡ଼ା ମହାକାଳପଡ଼ା ନେପାଣିଆଠାରେ ଡଙ୍ଗା ବୁଡ଼ି ଘଟଣାରେ ନିଖୋଜଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୫ବର୍ଷର ଝିଅ ଶୁଭଶ୍ରୀ ସ୍ୱାଇଁର ମୃତଦେହ ଆଜି ଉଦ୍ଧାର ହୋଇଛି। ୪୦ ଘଣ୍ଟାର ଅପରେସନ ପରେ ଏଡିଅଆରଏଫ୍ ଟିମ୍‌ ଉଦ୍ଧାର କରିଛି। ଏହାକୁ ମିଶାଇ ଡଙ୍ଗାବୁଡ଼ି ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି। ଗତକାଲି ୯ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ବୁଧବାର ପାରାଦୀପ ମଙ୍ଗରାଜପୁର ପଞ୍ଚାୟତ ହସିଣା ଗାଁର ୫୫ ଜଣ ଯାତ୍ରୀ ମୋଟର ଚାଳିତ ଡଙ୍ଗାରେ ବଣଭୋଜି କରିବାକୁ ଯାଇଥିଲେ । ହୁକିଟୋଲା ଦୀପରୁ ସମୁଦ୍ର ବାଟ ଦେଇ ଫେରିବା ବେଳେ ନିପାଣିଆ ନଈରେ ଡଙ୍ଗା ଓଲଟି ପଡ଼ିଥିଲା । ସେଥିରେ ବସିଥିଲେ କ୍ଷମତାଠାରୁ ଅଧିକ ଯାତ୍ରୀ । ଲାଇଫ୍‌ ଜ୍ୟାକେଟ୍‌ କି ଅନ୍ୟ କିଛି ସୁବିଧା ନଥିଲା । ଫଳରେ ଏତେବଡ ଦୁର୍ଘଟଣା ଘଟିଥିଲା।

KNews Bureau

Recent Posts

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

5 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

8 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

31 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

46 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

53 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

58 mins ago