ମହାକାଳପଡ଼ା ନେପାଣିଆଠାରେ ଡଙ୍ଗା ବୁଡ଼ି ଘଟଣା , ନିଖୋଜ ଥିବା ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା(କେନ୍ୟୁଜ୍) : କେନ୍ଦ୍ରାପଡ଼ା ମହାକାଳପଡ଼ା ନେପାଣିଆଠାରେ ଡଙ୍ଗା ବୁଡ଼ି ଘଟଣାରେ ନିଖୋଜଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୫ବର୍ଷର ଝିଅ ଶୁଭଶ୍ରୀ ସ୍ୱାଇଁର ମୃତଦେହ ଆଜି ଉଦ୍ଧାର ହୋଇଛି। ୪୦ ଘଣ୍ଟାର ଅପରେସନ ପରେ ଏଡିଅଆରଏଫ୍ ଟିମ୍ ଉଦ୍ଧାର କରିଛି। ଏହାକୁ ମିଶାଇ ଡଙ୍ଗାବୁଡ଼ି ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି। ଗତକାଲି ୯ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ବୁଧବାର ପାରାଦୀପ ମଙ୍ଗରାଜପୁର ପଞ୍ଚାୟତ ହସିଣା ଗାଁର ୫୫ ଜଣ ଯାତ୍ରୀ ମୋଟର ଚାଳିତ ଡଙ୍ଗାରେ ବଣଭୋଜି କରିବାକୁ ଯାଇଥିଲେ । ହୁକିଟୋଲା ଦୀପରୁ ସମୁଦ୍ର ବାଟ ଦେଇ ଫେରିବା ବେଳେ ନିପାଣିଆ ନଈରେ ଡଙ୍ଗା ଓଲଟି ପଡ଼ିଥିଲା । ସେଥିରେ ବସିଥିଲେ କ୍ଷମତାଠାରୁ ଅଧିକ ଯାତ୍ରୀ । ଲାଇଫ୍ ଜ୍ୟାକେଟ୍ କି ଅନ୍ୟ କିଛି ସୁବିଧା ନଥିଲା । ଫଳରେ ଏତେବଡ ଦୁର୍ଘଟଣା ଘଟିଥିଲା।