ରାତି ଅଧରେ ସରକାରୀ ଗାଡ଼ି ଆକସିଡେଣ୍ଟ

ଭୁବନେଶ୍ୱର (କେନ୍ୟୁଜ୍‌) : ଗୁରୁବାର ରାତି ୧୨ଟା୫୦ ମିନିଟ୍‌ । ଏହି ସମୟରେ ଶୂନ୍‌ଶାନ୍‌ ରାତିରେ ଭୁବନେଶ୍ୱର ଗୋପବନ୍ଧୁ ଛକ ନିକଟରେ ଏକ ସରକାରୀ ଗାଡି ଦୁର୍ଘଟଣା ଗ୍ରସ୍ତ ହେଲା । ରୋଡ଼ ଡିଭାଇଡର ଉପରେ ଚଢ଼ିଗଲା ଗାଡ଼ିଟି । ଗାଡ଼ିକୁ ଚଳାଉଥିଲେ ପୂର୍ତ୍ତ ବିଭାଗର ଡ୍ରାଇଭର । ଧକ୍କା ଏତେ ଜୋରରେ ହୋଇଥିଲା ଯେ ରୋଡ ଡିଭାଇଡର ଭାଙ୍ଗି ଯାଇଥିଲା । ଗାଡ଼ିରୁ ଦୁଇଟି ଚକ ଡିଭାଇଡର୍‌ ଏପଟେ ଓ ଅନ୍ୟ ଦୁଇଟି ଆରପଟେ ଥିଲା । ପୋଲିସ୍‌ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ କରିଥିଲା । ଗାଡ଼ି ଚଳାଉଥିବା ଡ୍ରାଇଭର ସୁରକ୍ଷିତ ଥିଲେ । ତେବେ ଟିକିଏ ସନ୍ଦେହ ରହିଗଲା । ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଲା ନା ଦୁର୍ଘଟଣାର କାରଣ ଆଉ କିଛି ? ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.