ରାଜ୍ୟ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ଖୋର୍ଦ୍ଧା(କେନ୍ୟୁଜ୍‌): ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ୫୦ ହଜାର ଟଙ୍କା ନେଇ ଧରାପଡ଼ିଲେ ଖୋର୍ଦ୍ଧା ବ୍ଲକର ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର । ଏମପି ଲ୍ୟାଡ ପ୍ରକଳ୍ପ ପାଇଁ ପିସି ନେଉଥିବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ଟିମ ତାଙ୍କୁ ଧରିଛି । ଏମପି ଲ୍ୟାଡ଼ ପ୍ରକଳ୍ପ ପାଇଁ ଜଣେ ଠିକାଦାରଙ୍କୁ ୧୦ ପ୍ରତିଶତ ପିସି ମାଗିଥିଲେ । ୧୮ ଲକ୍ଷ ଟଙ୍କାର ଏହି କାମର ପିସି ବାବଦରେ ଆଗରୁ ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର ଠିକାଦାରଙ୍କଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ନେଇସାରିଥିଲେ । ଏନେଇ ଠିକାଦାରଙ୍କ ବାପା ଶିଶିର ମଙ୍ଗରାଜ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ମୁତାବକ ଆଜି ଠିକାଦାର ଅବଶିଷ୍ଟ ୫୦ ହଜାର ଟଙ୍କା ଦେବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ଡିଏସପି ଚନ୍ଦ୍ରକଳା ଜେନା ଓ ନୂଆଗଡ଼ ଡିଏସପି ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ଉ କରି ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ରଙ୍କୁ ଧରିଥିଲା । ତାଙ୍କଠାରୁ ୫୦ ହଜାର ଟଙ୍କା ଜବତ କରିଥିଲା ।

 

Sasmita

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି କୌଣସି ପ୍ରକାରର ନୂଆ ଯୋଜନା କରିବେ ଏବଂ ସେଥିରେ ସଫଳ ହେବେ

ମେଷ: ଆପଣଙ୍କର କିଛି ନୂଆ କାମରେ ରୁଚି ବଢିବ । ଆଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ ।…

4 hours ago

୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେବେ କାମଚଳା ବାଚସ୍ପତି

ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…

5 hours ago

ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ଭାରତରେ ଏକ ନମ୍ବର ଓ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…

6 hours ago

ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…

7 hours ago

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

8 hours ago

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

8 hours ago