ବ୍ରହ୍ମଗିରି(କେନ୍ୟୁଜ୍):ଗାଁ ମାଟିରେ ଗାଁ ପୁଅକୁ ଭବ୍ୟ ସ୍ବାଗତ। ରୌପ୍ୟ ବିଜେତା କିଶୋର ଜେନାଙ୍କୁ ଗାଁ ମାଟିରେ ସ୍ୱାଗତ ସମ୍ବର୍ଦ୍ଧନା । ବନ୍ଦାପନା କରି ଘରକୁ ନେଲେ ମାଆ ଓ ଭଉଣୀ । ନିଜ ଗାଁକୁ ବିରାଟ ପଟୁଆରରେ ଫେରିଛନ୍ତି ଏସିଆନ ଗେମ୍ ସ ରୌପ୍ୟ ପଦକ ବିଜେତା କିଶୋର ଜେନା। ପ୍ରଥମେ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଜନ୍ମ ମାଟି ବ୍ରହ୍ମଗିରିରେ ପହଞ୍ଚିଲେ। ରାସ୍ତାସାରା କିଶୋରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ରହ୍ମଗିରିରେ ମହାପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିବା ପରେ ନିଜ ଗାଁ କୋଠସାହି ଘରକୁ ଯାଇଛନ୍ତି ।
କିଶୋରଙ୍କୁ ସ୍ବାଗତ କରିବାକୁ ଖୁସିରେ ଫାଟି ପଡ଼ିଥିଲା ଗାଁ ମାଟି। ପରିବାର ଲୋକଙ୍କ ସହ ଗ୍ରାମବାସୀ ବେଶ ଆନନ୍ଦ ପ୍ରକାଶ କରିଛନ୍ତି। ଚୀନରେ ଅନୁଷ୍ଠିତ ଏସିଆନ୍ସ ଗେମ୍ସର ଜାଭେଲିନ ଥ୍ରୋରେ ରୌପ୍ୟ ହାସଲ କରି ନିଜ ଗାଁ ମାଟିକୁ ଫେରିଛନ୍ତି । ୮୭.୫୪ ମିଟର ଜାଭେଲିନ ଫୋଫାଡ଼ି ରୌପ୍ୟ ପଦକ ବିଜେତା ହୋଇଛନ୍ତି କିଶୋର। ଏହା ସହ ୨୦୨୪ ଅଲିମ୍ପିକ ପାଇଁ ଯୋଗ୍ୟତା ମଧ୍ୟ ହାସଲ କରିଛନ୍ତି ।
ଆମ୍ ଆଦ୍ମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତି ମାଲିଓ୍ଵାଲଙ୍କ ମାମଲାରେ ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ସ୍ୱାତି…
ଭାରତରେ ପ୍ରତିବର୍ଷ ୪ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ହୋଇଥାଏ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ୨୦୨୨…
ସୁବର୍ଣ୍ଣପୁର: କେତେ ପରିଶ୍ରମ କରି ଧାନ ଚାଷ କରିଥିଲେ ଚାଷୀ । ଭାବିଥିଲେ ଧାନ ବିକି କିଛି ଅର୍ଥ ରୋଜଗାର…
ନିର୍ବାଚନ ଫଳାଫଳ ଘୋଷଣା ପରେ ଗ୍ରାହକଙ୍କୁ ଝଟକା ଦେଲେ ସରକାର । ପେଟ୍ରୋଲ ଓ ଡିଜେଲ ଉପରେ ସେଲ୍ସ ଟାକ୍ସ…
ରାୟଗଡ଼ା କାଶୀପୁରରେ ଅଜଣା ରୋଗରେ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅଜଣା ରୋଗରେ ମୃତ୍ୟୁ ଘଟଣାରେ…
ଅକ୍ଷୟ କୁମାର ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ 'ସରଫିରା' କୁ ନେଇ ଏକ ନୂଆ ଅପ୍ଡେଟ୍ ସେୟାର କରିଛନ୍ତି ।…