Categories: ରାଜ୍ୟ

କଟକ : ସ୍କୁଲରେ ବାଲି ବୋହିଲେ କୁନି କୁନି ଛାତ୍ର, ଭିଡିଓ ଭାଇରାଲ ପରେ ଏମିତି ଉତ୍ତର ରଖିଲେ ଶିକ୍ଷକ

କଟକ (କେ ନ୍ୟୁଜ୍‌) : ସ୍କୁଲ କାମ ପାଇଁ ବାଲି ବୋହିଲେ କୁନି କୁନି ସ୍କୁଲ ପିଲା । ତାହା ପୁଣି ଶିକ୍ଷକଙ୍କ ତତ୍ତ୍ୱାବଧାନରେ । ଘଟଣା ହେଉଛି କଟକ ଜିଲ୍ଲା ପ୍ରତାପ ନଗରୀ ଅନ୍ତର୍ଗତ ଗୋପବନ୍ଧୁ ଇଂଲିଶ୍‌ ମିଡିୟମ ସ୍କୁଲର । ଜଳ ସମ୍ବଳ ବିଭାଗ ଅଧୀନରେ ଥିବା ଏହି ସ୍କୁଲର ଛୋଟ ଛୋଟ ପିଲାମାନେ ଲୁହ କଡ଼େଇରେ ବାଲି ଭର୍ତ୍ତି କରି ତାକୁ ବୋହି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି ।

ଏ ଦୃଶ୍ୟକୁ ଦେଖିବା ପରେ ଆମେ ସଂପୃକ୍ତ ସ୍କୁଲର ଶିକ୍ଷକଙ୍କ ସହ ଯୋଗାଯୋଗ କରିଥିଲୁ । ତାଙ୍କର ଉତ୍ତର ଥିଲା, ସରସ୍ୱତୀ ପୂଜା ପାଇଁ ସ୍କୁଲ ରାସ୍ତା ମରାମତି କରାଯାଉଥିଲା । ଏହା ପିଲାଙ୍କ ପୂଜା ତେଣୁ ସେମାନେ ବାଲି ପକା କାମ କରିଥିଲେ । ତେବେ ଆଇନ୍‌ ବାହାରକୁ ଯାଇ ଏତେ କମ୍‌ ବୟସର ପିଲାଙ୍କୁ ଶିକ୍ଷକ ନିଜେ କାମରେ ଲଗାଇବା ଘଟଣାକୁ ସବୁ ମହଲରେ ସମାଲୋଚନା କରାଯାଇଛି ।

KNews Bureau

Recent Posts

ଖୁସି ଖବର, ଖୁବ୍ ଶୀଘ୍ର ଲାଗୁ ହୋଇପାରେ ଅଷ୍ଟମ ବେତନ ଆୟୋଗ

କୋଟିଏରୁ ଅଧିକ ସରକାର କର୍ମଚାରୀ ଏବଂ ପେନସନଧାରୀ ନିଜର ୮ମ ବେତନ ଆୟୋଗ ଗଠନକୁ ଚାତକ ଭଳି ଚାହିଁ ରହିଛନ୍ତି…

17 mins ago

କୁଏତ୍‌: ଶ୍ରମିକ ରହୁଥିବା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ୪ ଭାରତୀୟଙ୍କ ସମେତ ୪୧ ମୃତ

କୁଏତ୍‌ର ଦକ୍ଷିଣ ସହର ମଙ୍ଗାଫ୍‌ରେ ବୁଧବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଠାରେ ଏକ ବିଲ୍ଡିଂରେ ନିଆଁ ଲାଗି…

18 mins ago

ରୋଷେଇ ଘରେ ମହଙ୍ଗା ମାଡ଼, ଚାଉଳ ଡାଲି ପରେ ଏବେ ଆକାଶ ଛୁଆଁ ପରିବା ଦର

ଭୁବନେଶ୍ୱର(କେନ୍ୟୁଜ୍‌): ନିର୍ବାଚନ ସରିଲା । ଅସହ୍ୟ ତାତିରେ ଏବେ ପରିବା ଦରରେ ଲାଗିଲା ନିଆଁ । ହୁ ହୁୂ ହୋଇ…

23 mins ago

ସମ୍ପନ୍ନ ହେଲା ସମ୍ବଲପୁରର ସବୁଠାରୁ ବଡ଼ ପର୍ବ ଶୀତଳ ଷଷ୍ଠୀ, ମନ୍ଦିରରେ ପ୍ରବେଶ କଲେ ଦେବ ଦମ୍ପତି

ସମ୍ପନ୍ନ ହୋଇଯାଇଛି ସମ୍ବଲପୁର ସହରର ସବୁଠାରୁ ବଡ଼ ପର୍ବ ଶୀତଳ ଷଷ୍ଠୀ ଯାତ୍ରା । ଯୁଗଳ ଦର୍ଶନ ଓ ସାଂସ୍କୃତିକ…

28 mins ago

ଲେଟ୍‌ ନାଇଟ୍‌ରେ ଶୋଉଛନ୍ତି କି ? ସାବଧାନ, ହୋଇପାରେ ଏହି ସବୁ ସମସ୍ୟା

ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ଆଜିକାଲି ଅନେକ ଲୋକ ଲେଟ୍‌ ନାଇଟ୍‌ ପର୍ଯ୍ୟନ୍ତ ଜାଗ୍ରତ ରହିବା ଆରମ୍ଭ…

39 mins ago

ଆସିଲା ଫୋନ୍‌ କଲ୍‌ , ଏହି ବିଧାୟକ ମାନେ ହେବେ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ମନ୍ତ୍ରିମଣ୍ଡଳଙ୍କୁ ନେଇ ଆସିଛି ଏକ ବଡ଼ ଖବର। ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ବିଧାୟକଙ୍କ ପାଖକୁ ଆସିଲା ଫୋନ୍‌…

41 mins ago