ରାଜ୍ୟ

ବ୍ୟାଙ୍କ ଲକର୍‌ରୁ ଗାୟବ ହୋଇଗଲା ୫୦ ଲକ୍ଷ ଟଙ୍କାର ସୁନା ଗହଣା, ଗ୍ରାହକ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମୁଣ୍ଡ ଗୋଲ୍‌

ବରଗଡ଼ (କେ ନ୍ୟୁଜ୍‌) : ଅନ୍‌ ଲାଇନ୍‌, ଅଫ୍‌ଲାଇନ୍‌ ଯାହା ତ ଠକେଇ ହେଉଛି ସେଥିରେ ବିଚରା ସାଧାରଣ ଲୋକଙ୍କ ନିଦ ହଜି ଯାଉଛି । ଏବେ ତା ଭିତରେ ଆସିଲାଣି ବ୍ୟାଙ୍କ ଲକର୍‌ରୁ ଲୁଟ୍‌ ଘଟଣା । ବରଗଡ଼ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ମୁଖ୍ୟ ଶାଖା ଲକରରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଗାଏବ ହୋଇଯାଇଛି। ସହରର ମହାନ୍ତି ପଡାରେ ରୁହନ୍ତି ସ୍ନିଗ୍ଧା ତ୍ରିପାଠୀ ନାମକ ମହିଳା । ବରଗଡ଼ ଏସବିଆଇ ମେନ ବ୍ରାଞ୍ଚର ଲକର ନମ୍ବର ୨୮୨ରେ ସେ ତାଙ୍କର ସମସ୍ତ ସୁନାଅଳଙ୍କାର ରଖିଥିଲେ । ହେଲେ ଏବେ ସେ ସବୁ ଲକର୍‌ରେ ନଥିବା ଦେଖି ତାଙ୍କର ଓ ଘର ଲୋକଙ୍କ ହୋସ୍‌ ଉଡ଼ି ଯାଇଛି । ତାଙ୍କ ଅଭିଯୋଗ ଅନୁସାରେ ଏହି ଲକର୍‌ରେ ୮ଟି ସୁନାହାର , ୨ଟି ସୁନା ଚେନ୍‌ ,୧୨ଟି ମୁଦି, ଦୁଇଟି ଖଡୁ, ୬ଟି ଚୁଡି,୧୦ ଯୋଡା କାନଫୁଲ,ଏକ ଲକେଟ, ଗୋଟିଏ ସୁନା ଟିକା, ୪ଟି ରୁପା ପାଉଁଜି,୧୦ଟି ଗୋଡ଼ମୁଦି, ଦୁଇଯୋଡ଼ା ରୁପା ବ୍ରେସଲେଟ ରହିଥିଲା । ଏସବୁର ମୂଲ୍ୟ ପାଖା ପାଖି ୫୦ ଲକ୍ଷ ଟଙ୍କା ହେବ । ତେବେ ଏ ସମସ୍ତ ସାମଗ୍ରୀ ଗାଏବ ହୋଇଯାଇଥିବା ସ୍ନିଗ୍ଧା ତ୍ରିପାଠୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

ସ୍ନିଗ୍ଧା ହେଉଛନ୍ତି ଆନ୍ଧ୍ର ପ୍ରଦେଶର ଡିଜିପ ତୁଷାରାଦିତ୍ୟ ତ୍ରିପାଠୀଙ୍କ ଭଉଣୀ । ସେ ଦିଲ୍ଲୀରେ ରୁହନ୍ତି । ତେବେ ୨୦୦୩ରୁୁ ଏଠାରେ ସେ ଲକର୍‌ରେ ତାଙ୍କର ସୁନାଗହଣା ସବୁ ରଖିଥିଲେ । ନିଜ ମା’ଙ୍କ ଦେହ ଖରାପ ଥିବାରୁ ତାଙ୍କୁ ଦେଖିବାକୁ ବରଗଡ଼ ଆସିଥିଲେ । ଏହି ଅବସରରେ ଗତକାଲି ସ୍ନିଗଧା ଯେତେବେଳେ ଲକର୍‌ ଖୋଲିଲେ ସେଥିରେ ଆଉ କିଛି ନଥିଲା ।
ଅଭିଯୋଗ ପାଇବା ପରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି । ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି ।

 

KNews Bureau

Recent Posts

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

3 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

25 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

33 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

39 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

48 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

50 mins ago