ରାଜ୍ୟ

ଟିପ ବଦଳରେ ଏବେ ଆଖି ସ୍କାନିଙ୍ଗରେ ମିଳିବ ରାସନ ସାମଗ୍ରୀ, ହିତାଧିକାରୀଙ୍କୁ ହେବ ଆହୁରି ସୁବିଧା

ପିପିଲି: ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ଖାଉଟି କଲ୍ଯାଣ ଯୋଜନା ମାଧ୍ଯମରେ ରାସନକାର୍ଡ଼ ଯୋଗାଇଦେଇଛନ୍ତି । ଯେଉଁଥିରେ ହୀତାଧିକାରୀମାନେ ମେସିନ ସାହାର୍ଯ୍ଯରେ ସେମାନଙ୍କ ଟିପ ଚିହ୍ନ ଦେଇ ରାସନ ସାମଗ୍ରୀ ନେଇଥାନ୍ତି। ତେବେ ବିର୍ତ୍ତମାନ ଆଉ ସେମାନଙ୍କୁ ଟିପ ଦେବାକୁ ପଡିବନି। ତା ବେବଦଳରେ ହିତାଧିକାରୀମାନେ ଆଖି ସ୍କାନିଙ୍ଗରେ ରାସନ ନେବେ ।

ଦିନକୁ ଦିନ ସବୁଠାରେ ନୂତନ ନିୟମ ଲାଗୁ କରାଯାଉଥିବାବେଳେ, ଏଠାରେ ମଧ୍ଯ ବଦଳିଛି ନିୟମ । ଦେଶରେ ଅନାହାରରେ କେହି ରହିବେ ନାହିଁ ।ଯାହାକୁ ନଜରରେ ରଖି କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦେଇଛନ୍ତି ରାସନକାର୍ଡ଼ । ସେହିପରି ରାଜ୍ଯ ସରକାର ଆଉ ଦୁଇ ପାଦ ଆଗେଇ ନିଜସ୍ୱ ଯୋଜନାରେ ଯୋଗାଇଦେଇଛନ୍ତି ରାସନକାର୍ଡ଼ । ଏହି କାର୍ଡ଼ ମାଧ୍ଯମରେ ଲୋକେ ସେମାନଙ୍କ ମାସିକ ଖାଦ୍ୟ ଭାବରେ ଚାଉଳ ଏବଂ ଅତ୍ଯାବଶ୍ଯକ ସାମଗ୍ରୀ ଭାବରେ କିରୋସିନିକୁ ନେଉଛନ୍ତି । ତେବେ ଏଥିପାଇଁ ସେମାନଙ୍କୁ ଟିପ୍‌ ଦେବାକୁ ପଡ଼ୁଥିଲା । ବୟସ୍କ ବ୍ଯକ୍ତିଙ୍କୁ ଟିପ ଦେବା ବେଳେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା ଡ଼ିଲର ମାନଙ୍କୁ । କିନ୍ତୁ ଏବେ ଟିପ‌ ବଦଳରେ ଆଖି ସ୍କାନିଙ୍ଗ କରାଯିବ । ଯାହା ଡ଼ିଲରମାନଙ୍କୁ ରାସନ ସାମଗ୍ରୀ ଦେବା ପାଇଁ ସୁବିଧା ହେବ ।

ଖାଉଟି ସାମଗ୍ରୀ ବଂଟନ ମେସିନରେ ଟିପ ଦିଆଯାଇ ହିତାଧିକାରୀଙ୍କୁ ରାସନ ଯୋଗଇ ଦିଆଯାଉଥିଲା । ଏଥିରେ ଅନେକ ଅସୁବିଧା ରହୁଥିବାବେଳେ ଏବେ ଏହାକୁ ସୁଧାର ଆଣିବା ପାଇଁ ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକରେ ଡ଼ିଲରମାନଙ୍କୁ ଏ ସମ୍ପର୍କରେ ସଚେତନ କରାଇବା ସହିତ କିପରି ଭାବରେ ଆଖି ସ୍କାନିଙ୍ଗରେ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ବଂଟନ କରାଯିବ ସେ ସମ୍ପର୍କରେ ଡ଼ିଲରମାନଙ୍କୁ ପ୍ରଶିକ୍ଷକ ପ୍ରଶିକ୍ଷଣ ଦେଇଥିଲେ । ତେବେ ରାଜ୍ଯ ସରକାରଙ୍କ ଏଭଳି ପଦକ୍ଷେପକୁ ଡ଼ିଲରମାନେ ସ୍ୱାଗତ କରିଛି। ସେପଟେ ଯୋଗାଣ ଅଧିକାରୀ କହିଛନ୍ତି ଏହି ସୁଧାର ମାଧ୍ଯମରେ ସମସ୍ତେ ସଠିକ୍‌ ଭାବରେ ଏବଂ ସୁବିଧାରେ ଖାଉଟି ସାମଗ୍ରୀ ନେଇ ପାରିବେ ।

Sonalisa

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 min ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 min ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

19 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

19 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

24 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

46 mins ago