ଟେକ୍

ଫୋନ୍‌ରେ କରି ଦିଅନ୍ତୁ ଏହି ସେଟିଙ୍ଗ୍‌, ପାସ୍‌ଓ୍ଵାର୍ଡ ନ ଥିଲେ ବି କେହି କରିପାରିବେ ନାହିଁ ବ୍ୟବହାର

ଫୋନ୍‌ ଅନଲକ୍‌ ରହିବା ସତ୍ତ୍ୱେ କେହି ଆପଣଙ୍କ ସାହାଯ୍ୟ ବିନା ଏହାକୁ ବ୍ୟବହାର କରିପାରିବେ ନାହିଁ। ଆଜି ଆମେ ଆପଣଙ୍କୁ କହିବୁ ଏହା କିପରି ସମ୍ଭବ ହୋଇପାରିବ। ଆପଣଙ୍କ ଆଣ୍ଡ୍ରୋଏଡ୍‌ ଫୋନ୍‌ରେ ହିଁ ଏକ ଖାସ୍‌ ଫିଚର ରହିଛି, ଯାହାକୁ କିଛି ସିମ୍ପଲ ଟିପ୍ସ ଜରିଆରେ ସହଜରେ ବ୍ୟବହାର କରିପାରିବେ ଏବଂ ଆପଣଙ୍କ ଫୋନ୍‌ରେ ଥିବା ବ୍ୟକ୍ତିଗତ ଡାଟାକୁ ଅନ୍ୟ ଲୋକଙ୍କଠାରୁ ଦୂରେଇ ରଖିପାରିବେ। ଆସନ୍ତୁ ଜାଣିବା ଏହା ବିଷୟରେ।

Pin the Screen କିମ୍ବା Screen Pinning ନାମରେ ଏକ ଫିଚର ରହିଛି। ଏହି ଫିଚରକୁ ବ୍ୟବହାର ପରେ କେହି ବି ଆପଣଙ୍କ ଫୋନ୍‌କୁ ଆକ୍ସେସ୍‌ କରିପାରିବେ ନାହିଁ। ଏହି ଫିଚର ଆଣ୍ଡ୍ରୋଏଡ୍‌ ୫.୦ ଏବଂ ଏହାପରର ସମସ୍ତ ଭର୍ସନରେ ଉପଲବ୍ଧ ରହିଛି। ସାମ୍‌ସଙ୍ଗ ଫୋନ୍‌ରେ ଏହି ଫିଚର pin windows ନାଁରେ ରହିଛି।

Pin the Screen କିମ୍ବା Screen Pinningରେ ଆପଣ କୌଣସି ବି ଆପ୍‌କୁ ଲକ୍‌ ନଚେତ୍‌ ପିନ୍‌ କରିବେ। ଏହା କରିବା ପରେ ଆପଣଙ୍କ ଫୋନ୍‌ରେ ସେହି ଆପ୍‌ ବ୍ୟତୀତ ଅନ୍ୟ କୌଣସି ଆପ୍‌ ଓପନ୍‌ ହେବ ନାହିଁ, ଯେ ପର୍ଯ୍ୟନ୍ତ ଆପଣ ନ ଚାହିଁଛନ୍ତି। ଅର୍ଥାତ୍‌ ଯଦି ଆପଣ କାହାକୁ ଇନ୍‌ଷ୍ଟାଗ୍ରାମ ବ୍ୟବହାର କରିବା ପାଇଁ ନିଜ ଫୋନ୍‌ ଦେଉଛନ୍ତି, ତ ସେହି ଆପ୍‌କୁ ଏଥିରେ ଲକ୍‌ ନଚେତ୍‌ ପିନ୍‌ କରି ଦିଅନ୍ତୁ। ଏହାପରେ କେହି ବି ଦ୍ୱିତୀୟ ବ୍ୟକ୍ତି ଇନ୍‌ଷ୍ଟାଗ୍ରାମ ଛଡ଼ା ଆପଣଙ୍କ ଫୋନ୍‌ର ଅନ୍ୟ ଆପ୍‌କୁ ବ୍ୟବହାର କରିପାରିବ ନାହିଁ।

୧. ପ୍ରଥମେ ନିଜ ଫୋନ୍‌ର ସେଟିଙ୍ଗ୍‌ସକୁ ଯାଆନ୍ତୁ।

୨. ଫୋନ୍‌ର ସେଟିଙ୍ଗ୍‌ସରେ ଆପଣଙ୍କୁ Security & Lock ସ୍କ୍ରିନ୍‌ର ଅପ୍‌ଶନ ଦେଖାଯିବ। ଏହା ଉପରେ କ୍ଲିକ୍‌ କରନ୍ତୁ।

୩. ଏବେ ଏଠାରେ ପ୍ରାଇଭେସି ସହ ଜଡ଼ିତ କେତେକ ବିକଳ୍ପ ଦେଖାଯିବ। ସବୁଠାରୁ ତଳେ ଆପଣଙ୍କୁ Pin the Screen କିମ୍ବା Screen Pinning ନାମର ଅପ୍‌ଶନ ଶୋ’ କରିବ।

୪. ଏହି ଅପ୍‌ଶନ ଉପରେ ଟ୍ୟାବ୍‌ କରନ୍ତୁ ଏବଂ ଏହାକୁ ଅନ୍‌ କରି ଦିଅନ୍ତୁ।

୫. ସାମ୍ନା ବାଲା ବ୍ୟକ୍ତିକୁ ଯେଉଁ ଆପ୍‌କୁ ବ୍ୟବହାର କରିବାକୁ ଅଛି, ତାହାକୁ ପିନ୍‌ କରିବା ପାଇଁ ଓପନ୍‌ କରନ୍ତୁ ଏବଂ ପୁଣି ବନ୍ଦ କରି ଦିଅନ୍ତୁ।

୬. ଏହାପରେ Recent Apps ଅପ୍‌ଶନକୁ ଯାଆନ୍ତୁ।

୭. ଏଠାରେ ସେହି ଆପ୍‌କୁ ଲଙ୍ଗ୍‌ ପ୍ରେସ୍‌ କରନ୍ତୁ, ଯାହାକୁ ଆପଣ ପିନ୍‌ କରିବାକୁ ଚାହୁଁଛନ୍ତି।

୮. ଏହାପରେ Pinର ଅପ୍‌ଶନକୁ ସିଲେକ୍ଟ କରନ୍ତୁ। ଏବେ Pin କରାଯାଇଥିବା ଆପ୍‌ ଛଡ଼ା ଆଉ କିଛି ବି ଖୋଲିବ ନାହିଁ।

Pin ଅପ୍‌ଶନକୁ କେମିତି ହଟାଇବେ

ଫୋନ୍‌ ଫେରି ପାଇବା ପରେ ଆପଣଙ୍କୁ Pinର ଅପ୍‌ଶନ ହଟାଇବା ପାଇଁ ନିଜ Home ଓ Back ଦୁଇଟି ଯାକ ବଟନକୁ ଏକସାଥୀରେ ଦବାଇବାକୁ ପଡ଼ିବ। ଏଠି ଆପଣଙ୍କୁ ଲକ୍‌ ସ୍କ୍ରିନ୍‌ ପାସ୍‌ଓ୍ଵାର୍ଡ ବ୍ୟବହାର କରିବାକୁ ହେବ। ଏଥର ଆପଣଙ୍କ କାମ ହୋଇଗଲା।

Roshni

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

53 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

1 hour ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

1 hour ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago