ବ୍ୟାଙ୍କ ଲକର୍‌ରୁ ଗାୟବ ହୋଇଗଲା ୫୦ ଲକ୍ଷ ଟଙ୍କାର ସୁନା ଗହଣା, ଗ୍ରାହକ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମୁଣ୍ଡ ଗୋଲ୍‌

ବରଗଡ଼ (କେ ନ୍ୟୁଜ୍‌) : ଅନ୍‌ ଲାଇନ୍‌, ଅଫ୍‌ଲାଇନ୍‌ ଯାହା ତ ଠକେଇ ହେଉଛି ସେଥିରେ ବିଚରା ସାଧାରଣ ଲୋକଙ୍କ ନିଦ ହଜି ଯାଉଛି । ଏବେ ତା ଭିତରେ ଆସିଲାଣି ବ୍ୟାଙ୍କ ଲକର୍‌ରୁ ଲୁଟ୍‌ ଘଟଣା । ବରଗଡ଼ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ମୁଖ୍ୟ ଶାଖା ଲକରରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଗାଏବ ହୋଇଯାଇଛି। ସହରର ମହାନ୍ତି ପଡାରେ ରୁହନ୍ତି ସ୍ନିଗ୍ଧା ତ୍ରିପାଠୀ ନାମକ ମହିଳା । ବରଗଡ଼ ଏସବିଆଇ ମେନ ବ୍ରାଞ୍ଚର ଲକର ନମ୍ବର ୨୮୨ରେ ସେ ତାଙ୍କର ସମସ୍ତ ସୁନାଅଳଙ୍କାର ରଖିଥିଲେ । ହେଲେ ଏବେ ସେ ସବୁ ଲକର୍‌ରେ ନଥିବା ଦେଖି ତାଙ୍କର ଓ ଘର ଲୋକଙ୍କ ହୋସ୍‌ ଉଡ଼ି ଯାଇଛି । ତାଙ୍କ ଅଭିଯୋଗ ଅନୁସାରେ ଏହି ଲକର୍‌ରେ ୮ଟି ସୁନାହାର , ୨ଟି ସୁନା ଚେନ୍‌ ,୧୨ଟି ମୁଦି, ଦୁଇଟି ଖଡୁ, ୬ଟି ଚୁଡି,୧୦ ଯୋଡା କାନଫୁଲ,ଏକ ଲକେଟ, ଗୋଟିଏ ସୁନା ଟିକା, ୪ଟି ରୁପା ପାଉଁଜି,୧୦ଟି ଗୋଡ଼ମୁଦି, ଦୁଇଯୋଡ଼ା ରୁପା ବ୍ରେସଲେଟ ରହିଥିଲା । ଏସବୁର ମୂଲ୍ୟ ପାଖା ପାଖି ୫୦ ଲକ୍ଷ ଟଙ୍କା ହେବ । ତେବେ ଏ ସମସ୍ତ ସାମଗ୍ରୀ ଗାଏବ ହୋଇଯାଇଥିବା ସ୍ନିଗ୍ଧା ତ୍ରିପାଠୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

baragad-2 ସ୍ନିଗ୍ଧା ହେଉଛନ୍ତି ଆନ୍ଧ୍ର ପ୍ରଦେଶର ଡିଜିପ ତୁଷାରାଦିତ୍ୟ ତ୍ରିପାଠୀଙ୍କ ଭଉଣୀ । ସେ ଦିଲ୍ଲୀରେ ରୁହନ୍ତି । ତେବେ ୨୦୦୩ରୁୁ ଏଠାରେ ସେ ଲକର୍‌ରେ ତାଙ୍କର ସୁନାଗହଣା ସବୁ ରଖିଥିଲେ । ନିଜ ମା’ଙ୍କ ଦେହ ଖରାପ ଥିବାରୁ ତାଙ୍କୁ ଦେଖିବାକୁ ବରଗଡ଼ ଆସିଥିଲେ । ଏହି ଅବସରରେ ଗତକାଲି ସ୍ନିଗଧା ଯେତେବେଳେ ଲକର୍‌ ଖୋଲିଲେ ସେଥିରେ ଆଉ କିଛି ନଥିଲା ।
ଅଭିଯୋଗ ପାଇବା ପରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି । ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.