Below header

SBIର ଖାସ୍‌ ଅଫର୍‌: ପର୍ସନାଲ ଲୋନ୍‌ ଦରକାର ଯଦି ଏହି ନମ୍ବରରେ କରନ୍ତୁ ମିସ୍‌ଡ କଲ୍‌

ପଇସାର ଆବଶ୍ୟକତା କେବେ ବି ପଡ଼ିପାରେ। ଆଜିକାଲି ଲୋନ୍‌ ନେବାର ଟ୍ରେଣ୍ଡ ବଢ଼ିଯାଇଛି। ବିଶେଷ କରି ଲୋକେ ବିବାହ, କୌଣସି ଦୂର ଜାଗାକୁ ଯାତ୍ରା କରିବା ଏବଂ ଇମରଜେନ୍ସି ପାଇଁ ପର୍ସନାଲ ଲୋନ୍‌ ନେଇଥାଆନ୍ତି। ଆପଣଙ୍କୁ ଯଦି ପର୍ସନାଲ ଲୋନ୍‌ର ଆବଶ୍ୟକ ରହିଛି, ତ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଆପଣଙ୍କ ପାଇଁ ଏକ ଖାସ୍‌ ଅଫର ନେଇ ଆସିଛି। ଏହି ଅଫର ଅଧୀନରେ କେବଳ ଗୋଟିଏ ମିସ୍‌ଡ କଲ୍‌ ଦେଲେ ଆପଣଙ୍କୁ ଲୋନ୍‌ ମିଳିଯିବ। ଏସ୍‌ବିଆଇ ଟ୍ଵିଟ୍‌ କରି ଏହି ସ୍କିମ୍‌ ବିଷୟରେ ସୂଚନା ଦେଇଛି।

୧. ଆପଣଙ୍କୁ ପର୍ସନାଲ ଲୋନ୍‌ ପାଇଁ କେବଳ 7208933142କୁ ମିସ୍‌ଡ କଲ୍‌ ଦେବାକୁ ହେବ।

୨. ଏହାପରେ ଆପଣଙ୍କୁ ବ୍ୟାଙ୍କ ତରଫରୁ ବ୍ୟାକ୍‌ କଲ୍‌ ଆସିବ ଏବଂ ଆପଣଙ୍କ ଲୋନ୍‌ର ପ୍ରକ୍ରିୟା ଆରମ୍ଭ କରାଯିବ।

ଏସ୍‌ଏମ୍‌ଏସ୍‌ ଜରିଆରେ

୧. ପର୍ସନାଲ ଲୋନ୍‌ ବିଷୟରେ ଅଧିକ ସୂଚନା ପାଇଁ ଗ୍ରାହକ ଟୋଲ ଫ୍ରୀ ନମ୍ବର 1800-11-2211କୁ କଲ୍‌ କରିପାରିବେ।

୨. ପର୍ସନାଲ ଲୋନ୍‌ ବିଷୟରେ ସୂଚନା SMS ପଠାଇ ମଧ୍ୟ ହାସଲ କରାଯାଇ ପାରିବ।

୩. ଆପଣଙ୍କୁ PERSONAL ଲେଖି 7208933145 ନମ୍ବରରେ SMS ପଠାଇବାକୁ ହେବ ଏବଂ ଏହାପରେ SBIର କନ୍‌ଟାକ୍ଟ ସେଣ୍ଟରରୁ କଲ୍‌ବ୍ୟାକ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.