ମୋବାଇଲରେ ନେଟ୍‌ଓ୍ଵାର୍କ ନାହିଁ କି, ତୁରନ୍ତ କରନ୍ତୁ ଏହି କାମ ମାତ୍ର କିଛି ସେକେଣ୍ଡରେ ହିଁ ସମାଧାନ ହୋଇଯିବ ସମସ୍ୟା

ମୋବାଇଲରେ ନେଟ୍‌ଓ୍ଵାର୍କ ନ ଆସିବା ଏକ ସାଧାରଣ ସମସ୍ୟା। ପ୍ରାୟ ସବୁଦିନ ଆମେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାଉ। ତେବେ ଏହି ସମସ୍ୟାରୁ କେମିତି ମୁକ୍ତି ମିଳିବ ସମସ୍ତଙ୍କ ମନରେ ଏବେ ସେଇ ଚିନ୍ତା। ଯଦି ଆପଣ ବି ମୋବାଇଲର ନେଟ୍‌ଓ୍ଵାର୍କ ସମସ୍ୟା ଯୋଗୁ ଚିନ୍ତିତ ଅଛନ୍ତି ତେବେ ଆମେ ଆପଣଙ୍କୁ କେତୋଟି ସହଜ ଉପାୟ କହିବୁ, ଯାହା ସାହାଯ୍ୟରେ ଆପଣ ନେଟଓ୍ଵାର୍କ ସମସ୍ୟାର ସମାଧାନ କରିପାରିବେ।

ଏୟାରପ୍ଲେନ୍‌ ମୋଡ୍‌ ଅନ୍‌ କରନ୍ତୁ:

ଯଦି ମୋବାଇଲରେ ନେଟ୍‌ଓ୍ଵାର୍କ ଆସୁନାହିଁ ତେବେ ଏୟାରପ୍ଲେନ୍‌ ମୋଡ୍‌ ଅନ୍‌ କରନ୍ତୁ। କିଛି ସେକେଣ୍ଡ ପାଇଁ ମୋବାଇଲକୁ ଫ୍ଲାଇଟ୍‌ ମୋଡ୍‌ରେ ରଖିବା ପରେ ନର୍ମାଲ ମୋଡ୍‌ କରିଦିଅନ୍ତୁ। ଦେଖିବେ ମାତ୍ର କିଛି ସେକେଣ୍ଡରେ ହିଁ ଆପେ ଆପେ ନେଟଓ୍ଵାର୍କ ଆସିଯିବ।

ମୋବାଇଲ ରି-ଷ୍ଟାର୍ଟ କରନ୍ତୁ:

ବେଳେବେଳେ ବାରମ୍ବାର ସର୍ଚ୍ଚ କଲେ ମଧ୍ୟ ଡିଭାଇସ୍‌ରେ ନେଟ୍‌ଓ୍ଵାର୍କ ଆସିନଥାଏ। ଏଭଳି ସ୍ଥିତିରେ ଫୋନ୍‌କୁ ରି-ଷ୍ଟାର୍ଟ କରନ୍ତୁ। ଏହା ପରେ ପରେ ମୋବାଇଲ ଆପଣା ଛାଏଁ ନେଟ୍‌ଓ୍ଵାର୍କ ସର୍ଚ୍ଚ କରିନେବ।

ମାନୁଆଲି ନେଟଓ୍ଵାର୍କ ସର୍ଚ୍ଚ କରନ୍ତୁ:

ଏୟାରପ୍ଲେନ୍‌ କିମ୍ବା ରି-ଷ୍ଟାର୍ଟ କରିବା ପରେ ବି ଯଦି ମୋବାଇଲରେ ନେଟଓ୍ଵାର୍କ ଆସୁନାହିଁ ତେବେ ମାନୁଆଲି ନେଟଓ୍ଵାର୍କ ସର୍ଚ୍ଚ କରନ୍ତୁ। ଏଥିପାଇଁ ସେଟିଂକୁ ଯାଆନ୍ତୁ। ଏଠାରେ ଆପଣଙ୍କୁ ମୋବାଇଲ ନେଟ୍‌ଓ୍ଵାର୍କର ବିକଳ୍ପ ମିଳିବ। ସେଠାକୁ ଯାଇ ନେଟଓ୍ଵାର୍କ ସର୍ଚ୍ଚ କରିପାରିବେ।

ସଫ୍ଟୱେୟାର ଅପ୍‌ଡେଟ୍‌ କରନ୍ତୁ:

ଯଦି ମୋବାଇଲରେ ବାରମ୍ବାର ନେଟ୍‌ଓ୍ଵାର୍କ ସମସ୍ୟା ହେଉଛି ତେବେ ଥରୁଟିଏ ନିଶ୍ଚିତ ଭାବେ ସଫ୍ଟୱେୟାର ଚେକ୍‌ କରନ୍ତୁ। ଫୋନ୍‌ରେ ପୁରୁଣା ସଫ୍ଟୱେୟାର ଥିବା ଯୋଗୁ ଏହି ସମସ୍ୟା ହେଉଥାଇପାରେ। ଏଣୁ କମ୍ପାନୀ ମଝିରେ ମଝିରେ ସଫ୍ଟୱେୟାର ଅପ୍‌ଡେଟ୍‌ ସେଣ୍ଡ କରିଥାଏ। ଯଦି ଆପଣଙ୍କ ମୋବାଇଲରେ ସଫ୍ଟୱେୟାର ଅପ୍‌ଡେଟ୍‌ ଆସିଛି ତେବେ ତୁରନ୍ତ ଡାଉନ୍‌ଲୋଡ୍‌ କରିନିଅନ୍ତୁ। ନୂଆ ଅପଡେଟ୍‌ ଆସିବା ପରେ ଆପଣଙ୍କ ଡିଭାଇସ୍‌ ସହଜରେ ନେଟଓ୍ଵାର୍କକୁ ଧରି ପାରିବ ଓ ଠିକ୍‌ ଭାବେ କାମ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.