ଭଦ୍ରକ ସାଳନ୍ଦି ନଦୀ ତଟବର୍ତ୍ତୀ କୃତ୍ତିବାସପୁର ଗାଁରେ ମାଛଧରା ଜାଲରେ ପଡିଲା ୧୦୦ କିଲୋ ଓଜନର ମୃତ ଡଲଫିନ୍

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧିନ ସାଳନ୍ଦି ନଦୀ ତଟବର୍ତ୍ତୀ କୃତ୍ତିବାସପୁର ଗାଁରେ ଜାଲରେ ପଡି ଏକ ମୃତ ଡଲଫିନ୍ ଉଦ୍ଧାର ହୋଇଛି । ଏହାର ଓଜନ ପ୍ରାୟ ଶହେ କିଲୋଗ୍ରାମ ବୋଲି ସୂଚନା ମିଳିଛି । ସାଳନ୍ଦି ନଦୀରେ ଜାଲ ବସାଯାଉଥିବା ବେଳେ ବୁଧବାର ଅପରାହ୍ନରେ ଏକ ଜାଲରେ ଏକ ଡଲଫିନ୍ ଧରା ପଡିଥିଲା ।

କୂଳକୁ ଅଣାଯିବା ପରେ ଉକ୍ତ ଡଲଫିନ୍‌ଟିର ମୃତ୍ୟୁ ହୋଇଥିବା ଜଣା ପଡିଥିଲା । ବନ ବିଭାଗକକୁ ଗ୍ରାମବାସୀଙ୍କ ଖବର ଦେବାପରେ ଘଟଣା ସ୍ଥଳକୁ ଆସି ମୃତ ଡଲଫିନ୍‌କୁ ନେଇ ଯାଇଥିବା ଜଣାଯାଇଛି । ଏଠାରେ ସୂଚନା ଥାଉକି, ସମୂଦ୍ର ଉପକୂଳବର୍ତ୍ତୀ ବୈତରଣୀ ଓ ସାଳନ୍ଦି ନଦୀକୁ ଡଲଫିନ୍ ଆସିଥାନ୍ତି । ମିଠା ପାଣିରେ ଏହି ଡଲଫିନ୍‌ଗୁଡିକ ଚଳପ୍ରଚଳ କରୁଥିବା ବେଳେ ବିଭିନ୍ନ ସମୟରେ ମାଛଧରା ଜାଲରେ ପଡି ମୃତ୍ୟୁ ହେଉଥିବା ରେକର୍ଡ ମଧ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.