ବ୍ରହ୍ମପୁରରେ ଘୁଷୁରୀ ମଡକ: ଗଲାଣି ୨୦ ରୁ ଅଧିକ ଘୁଷୁରୀଙ୍କ ଜୀବନ

ବ୍ରହ୍ମପୁର: ହଠାତ୍‌ ଅସୁସ୍ଥ ହୋଇପଡୁଛନ୍ତି । ତା ପରେ ଚାଲିଯାଉଛି ଜୀବନ । ଏକ ନୁହେଁ କି ଦୁଇ ନୁହେଁ । ଗୋଟାଏ ପରେ ଗୋଟାଏ ହୋଇ ୨୦ ରୁ ଅଧିକ ଘୁଷୁରୀଙ୍କ ମୃତ୍ୟୁ ହେଲାଣି ବ୍ରହ୍ମପୁର ସହରରେ । ଗତ କିଛି ଦିନ ହେବ ଲାଗିରହିଛି ଘୁଷୁରୀ ମଡକ । ଯାହାକୁ ନେଇ ଚିନ୍ତାରେ ଘୁଷୁରୀ ପାଳକ ଏବଂ ସ୍ଥାନୀୟ ବାସିନ୍ଦା । ତେବେ କାହିଁକି ହଠାତ୍‌ ମରିଯାଉଛନ୍ତି ସୁସ୍ଥ ସବଳ ଘୁଷୁରୀ ? ତାର କାରଣ ଏବେ ବି ଅସ୍ପଷ୍ଟ ।

ଘୁଷୁରୀ ମଡ଼କ ପରେ ଖୋଳତାଡ ଆରମ୍ଭ କରିଛି ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ । ସେପଟେ ସଫେଇ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ସହ ଘୁଷୁରୀଙ୍କୁ ରାସ୍ତା ଉପରକୁ ନଛାଡିବାକୁ ଲୋକଙ୍କୁ ନିବେଦନ କରିଛି ବିଏମ୍‌ସି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.