ସୁନ୍ଦରଗଡ଼ ମହୀପାଣି ଗାଁରେ ଜଙ୍ଗଲୀ ହାତୀର ଉପଦ୍ରବ: ଧାନ ଚାଉଳକୁ ନଷ୍ଟ କରିବା ସହିତ ଭାଙ୍ଗିଲା ଘରଦ୍ବାର

ସୁନ୍ଦରଗଡ଼: ଦନ୍ତାହାତୀ ଆତଙ୍କ। ଗାଁରେ ପଶି ଭାଙ୍ଗିଲା ଘରଦ୍ୱାର। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ମହୀପାଣି ଗାଁରେ ଜଙ୍ଗଲୀ ହାତୀ ପଶି ଘରଦ୍ୱାର ଭାଙ୍ଗିଥିବା ଜଣାପଡିଛି। ବିଳମ୍ବିତ ରାତିରେ ରେଳବାଇ ବିଭାଗର ଏକ ଟିମ୍‌ ହାତୀ ପଲଙ୍କୁ ଘଉଡାଇବା ବେଳେ ଗୋଟିଏ ଦାନ୍ତାହାତୀ ମହିପାଣି ଗାଁ ଭିତରକୁ ପଶି ଆସିଥିଲା। ଏହାପରେ ଗାଁରେ ଘଟାଇଥିଲା ଉପଦ୍ରବ।

ଘରେ ଥିବା ଧାନ ଚାଉଳକୁ ନଷ୍ଟ କରିଥିବା ସହିତ ଘରଦ୍ୱାର ଭାଙ୍ଗିଛନ୍ତି। ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ହାତୀ ଘଉଡାଇବାକୁ ଉଦ୍ୟମ କରିଥିଲେ। ଦୀର୍ଘ ସମୟ ପରେ ହାତୀଟି ଜଙ୍ଗଲ ଆଡକୁ ପଳାଇଥିଲା। ଘଟଣା ସଂପର୍କରେ ବନ ବିଭାଗ ଖବର ପାଇବା ପରେ ମହୀପାଣି ଗାଁରେ ପହଞ୍ଚିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.