କୋବ୍ରାକୁ ପାଣି ପିଆଇ ପୁଣ୍ୟ କମାଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ ଆପଣ ବି କହିବେ ପାଗଳ ନା’ କ’ଣ; ଦେଖନ୍ତୁ ଭିଜୁଆଲ୍‌

ଦୁନିଆରେ ଏବେ ମାନବିକତା ସରି ସରିଗଲାଣି। ତଥାପି କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ପରକୁ ସାହାଯ୍ୟ କରିବାକୁ ଆଜି ବି ଭୁଲିନାହାନ୍ତି। ନିଜ ଜୀବନକୁ ବାଜିରେ ଲଗାଇ ମଧ୍ୟ କିଛି ଲୋକ ଅନ୍ୟର ସେବା କରୁଛନ୍ତି। ସେଭଳି ଜଣେ ବ୍ୟକ୍ତିଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବ୍ୟକ୍ତି ଜଣକ ଏକ ତୃଷାର୍ତ୍ତ କୋବ୍ରାକୁ ବୋତଲରେ ପାଣି ପିଆଉଥିବା ଦେଖାଯାଇଛି। ଭିଡିଓଟି ଭାଇରାଲ ହେବା ପରେ କିଛି ଲୋକ ବ୍ୟକ୍ତିଙ୍କର ପ୍ରଶଂସା କରିଥିବା ବେଳେ ଆଉ କିଛି ସାପ ଉପରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି।

ଦେଖନ୍ତୁ ଭିଡିଓ:

ଏହି ଭିଡିଓକୁ ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦ ଟ୍ଵିଟରରେ ସେୟାର କରିଛନ୍ତି। ସୁଶାନ୍ତ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ପ୍ରେମ ଓ ପାଣି। ଦୁନିଆର ଦୁଇଟି ସୁନ୍ଦର ଜିନିଷ।’

ଭିଡିଓରେ ଚଷମା ପିନ୍ଧିଥିବା ଜଣେ ବ୍ୟକ୍ତି ଏକ ବୋତଲରେ ଏକ କୋବ୍ରା ସାପକୁ ପାଣି ପିଆଉଛନ୍ତି। ସାପଟି ମଧ୍ୟ ନିରୀହଭାବେ ପାଣି ପିଉଛି। ପାଣି ପିଆଇବା ବେଳେ ସେ ସାପର ଫଣାରେ ମଧ୍ୟ ହାତ ମାରୁଛନ୍ତି ଓ ସାପ ଧୀରେ ଧୀରେ ପାଣି ପିଉଛି।

ତେବେ କିଛି ଲୋକ ବ୍ୟକ୍ତିଙ୍କର ମାନବିକତା ପାଇଁ ପ୍ରଶଂସା କରୁଥିବା ବେଳେ ଆଉ କିଛି ମୁର୍ଖାମୀ ବୋଲି କହିଛନ୍ତି। ସେହିପରି ଆଉ ଜଣେ ୟୁଜର ଏହାକୁ ଭୟଙ୍କର ବୋଲି କହିଛନ୍ତି। ଆଉ ଜଣେ କହିଛନ୍ତି, ଥରେ ଚିନ୍ତା କରନ୍ତୁ ଯଦି ପିଲାମାନେ ଏହାକୁ ଦେଖି ଷ୍ଟଣ୍ଟ କରିବାକୁ ଚେଷ୍ଟା କରିବେ। କେବଳ ଜୀବଜନ୍ତୁଙ୍କ ଭିଡିଓ ସେୟାର କରନ୍ତୁ ମଣିଷଙ୍କୁ ଏଥିରେ ସାମିଲ ନ କରନ୍ତୁ। ସେହିପରି ଆଉ କିଛି ୟୁଜର ସାପଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.